ଯାଜପୁର ଟାଉନ,୧୦ା୬ (ଡିଏନଏ): ସ୍ବାମୀଙ୍କ ଉପରକୁ ସ୍ତ୍ରୀ ଗରମ ପେଯ ଫୋପାଡ଼ିବାରୁ ସ୍ବାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଯାଜପୁର ଥାନା ଖଣ୍ଡରା ପଞ୍ଚାୟତ ଇନ୍ଦାସ ଗ୍ରାମରେ। ଖାଇବାକୁ ମାଗିବା ନେଇ ବଚସା ହେବା ପରେ ସ୍ତ୍ରୀ ଉତ୍କ୍ଷିପ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏ ନେଇ ଯାଜପୁର ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ଇନ୍ଦାସ ଗ୍ରାମର ପ୍ରଶାନ୍ତ ରାଉତ (୩୫) ମୀନାକ୍ଷୀଙ୍କୁ ଖାଇବାକୁ ମାଗିଥିଲେ। ମୀନାକ୍ଷୀ ଭାତ ରନ୍ଧା ସରିଛି, କିନ୍ତୁ ତରକାରି ସରି ନାହଁି ବୋଲି କହିବାରୁ ପ୍ରଶାନ୍ତ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଏହାପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇ ଉଗ୍ରରୂପ ଧାରଣ କରିଥିଲା। ମୀନାକ୍ଷୀ ଉତ୍କ୍ଷିପ୍ତ ହୋଇ ପ୍ରଶାନ୍ତଙ୍କ ଉପରେ ଗରମ ପେଯ ଫୋପାଡ଼ି ଦେଇଥିଲେ।