ଖାଇବାକୁ ଯିବା ବାହାନାରେ ବାଇକ୍‌ ନେଇ ଯାଉଥିଲେ ଯୁବକ: ନିର୍ଧୂମ ଛେଚିଲେ ଗ୍ରାମବାସୀ

ଭଦ୍ରକ ଅଫିସ,୨୧ା୩: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବାରିକପୁର ବାସନ୍ତୀ ଦୁର୍ଗା ପଡ଼ିଆଠାରେ ଜଣେ ଯୁବକଙ୍କୁ ଗ୍ରାମବାସୀ ଧରି ନିର୍ଧୂମ ଛେଚିଛନ୍ତି। ଉକ୍ତ ଯୁବକ ଜଣଙ୍କ ଗାଁ ଲୋକଙ୍କ କାମ କରିବାକୁ ଯାଉଥିବା ବେଳେ ଖାଇବା ଆଣିବାକୁ ଯିବାକୁ କହି ଘର ମାଲିକଙ୍କ ଗାଡି ନେଇ ଚାଲିଯାନ୍ତି। ତେବେ ଏହିପରି ସେ ଅଞ୍ଚଳରୁ ଗାଡ଼ି ଚୋରି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଉକ୍ତ ଯୁବକ ବାରିକପୁର ବଜାରରେ ବୁଲୁଥିବା ବେଳେ ଚୋରି ହୋଇଥିବା ବାଇକ୍‌ ମାଲିକ ଏ ନେଇ ଖବର ପାଇଥିଲେ। ପରେ ଗାଁ ଲୋକଙ୍କ ସହ ବାସନ୍ତୀଦୁର୍ଗା ପଡ଼ିଆରେ ସମ୍ପୃକ୍ତ ଯୁବକକୁ ବାନ୍ଧି ରଖିଥିଲେ। ଯୁବକ ଜଣକ କହିଛନ୍ତି ଯେ, ସେ ଗାଡ଼ି ନେଇଥିଲେ ସତ, ଗାଡ଼ି ଅନ୍ୟ ଏକ ସ୍ଥାନରେ ଛାଡି ଯାଇଥିଲେ। ମାତ୍ର ଗାଡ଼ିମାଲିକ ଗାଡ଼ି ପାଇ ନ ଥିବା କହିଛନ୍ତି।