ହାଇଦ୍ରାବାଦ୍:ନବେ ଦଶକରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନଭୋଜନ ଯୋଜନାର ପ୍ରଭାବ ପ୍ରମାଣିତ କରିଛି ତେଲେଙ୍ଗାନାର ଏକ ଘଟଣା। ହାଇଦ୍ରାବାଦ୍ର ଗୁଡିମଲକାପୁର ସରକାରୀ ସ୍କୁଲ୍କୁ ଦିବ୍ୟା ନାମକ ଝିଅଟିଏ ପ୍ରତିିଦିନ ମଧ୍ୟାହ୍ନଭୋଜନ ସମୟରେ ବାସନଟିଏ ଧରି ଆସି ପହଞ୍ଚିଯାଏ। ପିଲାମାନଙ୍କ ସହ ଖାଇବା ଲକ୍ଷ୍ୟ ନେଇ ସେ ଆସେ। ହାତରେ ବାସନ ଧରି କ୍ଲାସ୍ ରୁମ୍କୁ ପ୍ରବେଶ କରିବାର ଦୃଶ୍ୟ ଭାଇରାଲ ହେଲା। ମିଡିଆରେ ଏହି ଛବିକୁ ‘ଭୋକିଲା ନଜର’ ଶୀର୍ଷକରେ ଉପସ୍ଥାପନ କରାଯାଇଥିଲା। ଏହି ଫଟୋକୁ ଏମ୍.ବି.ଫାଉଣ୍ଡେଶନ ଏନଜିଓର ସଂଯୋଜକ ଭେଙ୍କଟ ରେଡ୍ଡୀ ଦେଖିବା ପରେ ଦିବ୍ୟାକୁ ତା ଅଧିକାର ପ୍ରଦାନ କରିଛନ୍ତି। ସେହି ସ୍କୁଲ୍ରେ ଦିବ୍ୟାର ନାମ ଲେଖାଯାଇଛି। ଖାଇବା ଆଶାରୁ ହାତରେ ଖଡି ଧରିଛି ସେ। ଦିବ୍ୟା ମା’ବାପାଙ୍କ ସହ ପାଖ ବସ୍ତିରେ ରହେ। ବାପା ଜରି ଗୋଟାନ୍ତି ଓ ମା’ ଅନ୍ୟ ଘରେ ବାସନ ସଫା କରନ୍ତି। ସ୍କୁଲ୍ରେ ଦିବ୍ୟାର ନା ଁ ଲେଖାଯିବା ପରେ ଏବେ ସେ ସବୁଦିନ ସ୍କୁଲ୍କୁ ଯାଉଛି ଓ ମଧ୍ୟାହ୍ନଭୋଜନ ବି ଖାଉଛି। ଯେଉଁଦିନ ସେ ପ୍ରଥମେ ସ୍କୁଲକୁ ଗଲା ତାହାର ଫଟୋ ମଧ୍ୟ ଫେସ୍ବୁକ୍ରେ ଶେୟାର କରିଛନ୍ତି ରେଡ୍ଡୀ।