Categories: ଫୁରସତ

ଖାଇବା ପରେ ମହିଳାଙ୍କ ମୁହଁ ହେଉଥିଲା ଶୁଷ୍କ: ପରୀକ୍ଷା ପରେ ବାହାରିଲା ୫୩ ପଥର

ବେଳେବେଳେ ଡାକ୍ତରଙ୍କ ନିକଟକୁ ଏମିତି କିଛି ଅଜବ ରୋଗୀ ଆସିଥାନ୍ତି, ଯାହାଙ୍କ ରୋଗ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇ ଥାଆନ୍ତିି। ଏମିତି କିଛି ଦେଖିବାକୁ ମିଳିଛି ଇରାକରେ। ୬୬ ବର୍ଷୀୟା ଜନୈକା ମହିଳାଙ୍କ ରୋଗ ଡାକ୍ତରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ମହିଳା ଯେତେବେଳେ ଖାଦ୍ୟ ଖାଉଥିଲେ ତାଙ୍କ ଗାଲ ଶୁଷ୍କ ହୋଇଯାଉଥିଲା। ଏ ନେଇ ସେ ଡାକ୍ତରଙ୍କ ପାଖକୁ ଗଲେ। ପରୀକ୍ଷା ପରେ ଯାହା ଜଣାପଡ଼ିଲା ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଗଲେ।
ମହିଳାଙ୍କ ପାରୋଟିଡ୍‌ ଗ୍ଲାଣ୍ଡ ଅର୍ଥାତ୍‌ ଲାଳଗ୍ରନ୍ଥିରେ ପଥର ଥିଲା। ତେବେ ଗୋଟିଏ କି ଦୁଇଟି ନୁହେଁ, ୫୩ଟି ପଥର ରହିଥିଲା। ଏହି କାରଣରୁ ସେ ଯାହା ଖାଉଥିଲେ ତାଙ୍କ ଗାଲ ଶୁଷ୍କ ହୋଇ ଯାଉଥିଲା। ତେବେ ତାଙ୍କ ମୁହଁରେ ବିନା କୌଣସି ଦାଗରେ ଅପରେଶନ କରାଯାଇ ପଥର କାଢ଼ିବାକୁ ସେ ଚାହୁଁଥିଲେ। ଶେଷରେ ସେଇଆ ହେଲା। ବିନା ଦାଗରେ ମହିଳାଙ୍କ ମୁହଁର ଅପରେଶନ କରାଯାଇ ୫୩ଟି ପଥର ବାହାର କରାଗଲା। ଅପରେଶନ କରିଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ଘଟଣା ପ୍ରଥମ। ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମର ଅସ୍ତ୍ରୋପଚାର ପରେ ସମସ୍ତ ପଥରକୁ ତାଙ୍କ ମୁହଁରୁ ବାହାର କରାଯାଇଛି।

Share