ଖାଇବା ଭଲ ହୋଇ ନ ଥିବା କହି ଗାଳିଗୁଲଜ ସହ ମାରପିଟ: ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

କୋରୁକୋଣ୍ଡା,୨୨।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ଅଧୀନ ଆପନମାଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ ନେଇ ସ୍ତ୍ରୀଙ୍କ ଛୁରାମାଡ଼ରେ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ତୁରୁ ମୁଦୁଲି(୪୦)। ଘଟଣାରେ ପୋଲିସ ଅଭିଯୁକ୍ତ ସ୍ତ୍ରୀଙ୍କୁ ପୋଲିସ ଗିରଫ କରିଛି।

ସୂଚନାନୁଯାୟୀ, ଆନ୍ତୁରୁ ମଙ୍ଗଳବାର ରାତ୍ରିଭୋଜନ କରୁଥିବା ବେଳେ ଖାଦ୍ୟ ଠିକ୍‌ ହୋଇ ନ ଥିବା ନେଇ ସ୍ତ୍ରୀଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ସ୍ତ୍ରୀଙ୍କୁ ସେ ମାରପିଟ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆନ୍ତୁରୁଙ୍କୁ ସ୍ତ୍ରୀ ଛୁରୀରେ ଆକ୍ରମଣ କରିଥିଲେ। ଆନ୍ତୁରୁ ଚିତ୍କାର କରିବା ପରେ ସାନ ଭାଇ ରାମଚନ୍ଦ୍ର ଆସି ପହଞ୍ଚି ତାଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା(ନଂ-୧୫/୨୦) ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ନିଳାଦ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି।

Share