”ସମୁଦ୍ରରୁ ଲୁଣ ଉତ୍ପାଦନ କରାଯାଇଥାଏ, ଯାହାକୁ ଟେବୁଲ ଲୁଣ ବା ଖାଇବା ଲୁଣ ବୋଲି କୁହାଯାଇଥାଏ। ଏହାର ରାସାୟନିକ ନାମ ସୋଡିୟମ କ୍ଲୋରାଇଡ(NaCI)। ଗୋଟିଏ ସୋଡିୟମ ଓ କ୍ଲୋରିନ୍ ପରମାଣୁକୁ ନେଇ ଏହି ଅଣୁ ଗଠିତ ହୋଇଥାଏ, ଯାହାକୁ ଖାଇବା ଲୁଣ ଭାବେ ବ୍ୟବହାର କରାଯାଇଥାଏ। ଆମେରିକାନ୍ ହାର୍ଟ ଆସୋସିଏଶନର ତଥ୍ୟ ଅନୁଯାୟୀ ଜଣେ ଦିନକୁ ୧୫୦୦ ମିଲିଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ ନୁହେଁ।“
ଲୁଣ ବିନା ଖାଦ୍ୟ ସ୍ବାଦିଷ୍ଟ ହୋଇ ନ ଥାଏ ବା ଆମ ପାଟିକୁ ଭଲ ଲାଗି ନ ଥାଏ। ଆମ ଶରୀର ପାଇଁ ନିର୍ଦ୍ଦିଷ୍ଟ ମାତ୍ରାରେ ଲୁଣର ଆବଶ୍ୟକତା ରହିଛି। ଏଥିରୁ ଅଧିକ କିମ୍ବା କମ୍ ହେଲେ ଆମ ପାଇଁ କ୍ଷତିକାରକ ହୋଇଥାଏ। ଠିକ୍ ବା ଉତ୍ତମ ସ୍ବାସ୍ଥ୍ୟ ପାଇଁ ଅଳ୍ପ ମାତ୍ରାରେ ଲୁଣର ଆବଶ୍ୟକତା ରହିଛି। ଶରୀରରେ ଆୟୋଡିନ ମାତ୍ରା ବଜାୟ ରଖିବା ପାଇଁ ୧୯୨୪ ମସିହାଠାରୁ ଲୁଣରେ ପୋଟାସିୟମ ଆୟୋଡାଇଡ ମିଶାଯାଇ ଆୟୋଡିନ ଯୁକ୍ତ ଲୁଣ ବଜାରକୁ ଛଡ଼ାଯାଉଛି। ସମୁଦ୍ରରୁ ଲୁଣ ଉତ୍ପାଦନ କରାଯାଇଥାଏ, ଯାହାକୁ ଟେବୁଲ ଲୁଣ ବା ଖାଇବା ଲୁଣ ବୋଲି କୁହାଯାଇଥାଏ। ଏହାର ରାସାୟନିକ ନାମ ସୋଡିୟମ କ୍ଲୋରାଇଡ(NaCI)। ଗୋଟିଏ ସୋଡିୟମ ଓ କ୍ଲୋରିନ୍ ପରମାଣୁକୁ ନେଇ ଏହି ଅଣୁ ଗଠିତ ହୋଇଥାଏ, ଯାହାକୁ ଖାଇବା ଲୁଣ ଭାବେ ବ୍ୟବହାର କରାଯାଇଥାଏ। ଆମେରିକାନ୍ ହାର୍ଟ ଆସୋସିଏଶନର ତଥ୍ୟ ଅନୁଯାୟୀ ଜଣେ ଦିନକୁ ୧୫୦୦ ମିଲିଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ ନୁହେଁ। ମାତ୍ର ଆମେ ଏହାକୁ ଧ୍ୟାନ ନ ଦେଇ ଉଚ୍ଚ ରକ୍ତଚାପ ଓ ହୃଦ୍ଘାତର ଶିକାର ହୋଇଥାଉ। ଜଣେ ଆମେରିକୀୟ ପ୍ରତିଦିନ ୩୪୦୦ ମିଲିଗ୍ରାମ ଲୁଣ ଖାଉଥିବା ତଥ୍ୟ ମିଳେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଜଣେ ଦିନକୁ ୫ ଗ୍ରାମ ଲୁଣ ଖାଇବା କଥା ମାତ୍ର ଏଥିରେ ଆମେ ଯଥେଷ୍ଟ ଆଗୁଆ। ଜଣେ ଭାରତୀୟ ଦିନକୁ ୧୧ ଗ୍ରାମ ଲୁଣ ଖାଇଥାନ୍ତି, ଯାହାକି ନିର୍ଦ୍ଧାରିତ ମାତ୍ରାଠାରୁ ୧୧୯% ଅଧିକ। ସାଧାରଣତଃ ଆଚାର, ଚିପ୍ସ, ଶୁଖୁଆ ଇତ୍ୟାଦିରେ ଲୁଣ ମାତ୍ରାଧିକ ଭାବରେ ଥାଏ। ଆମ ଦେଶରେ ଏଥିପାଇଁ ପ୍ରତିବର୍ଷ ହୃଦ୍ଘାତରେ ୧୫ ଲକ୍ଷ ଲୋକେ ମୃତ୍ୟୁବରଣ କରୁଛନ୍ତି। ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରୁ ଜଳର ମାତ୍ରା ହ୍ରାସ ପାଇଥାଏ। ସେହିପରି ଶରୀରରୁ ଲୁଣର ମାତ୍ରା କମିଲେ ମଧ୍ୟ ଆମ ପାଇଁ ହାନିକାରକ ହୋଇଥାଏ। ଥକାପଣ, ଦୁର୍ବଳତା ଏପରିକି ମସ୍ତିଷ୍କଘାତ ମଧ୍ୟ ଶରୀରରେ ଲୁଣ ଅଂଶ କମିଲେ ହୋଇଥାଏ। ତେଣୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଇ ଆବଶ୍ୟକ ପରିମାଣର ଲୁଣ ଖାଇବା ଉଚିତ। ଏହାଦ୍ୱାରା ଆମେ ନୀରୋଗ ଜୀବନଯାପନ କରିପାରିବା।
ଡା. ମାନସ ରଞ୍ଜନ ସେନାପତି
-ଡିନ୍, ବିଜ୍ଞାନ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ମୋ: ୯୪୩୭୨୩୭୭୯୭