ଖାଉଟି ଅଦାଲତ ଅବମାନନା ମାମଲାରେ ବଲାଙ୍ଗୀର ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ଗିରଫ

ବଲାଙ୍ଗୀର ଅଫିସ,୧୪।୬: ବଲାଙ୍ଗୀର ଟାଉନଥାନା ପୋଲିସ ପକ୍ଷରୁ ଶୁକ୍ରବାର ବଲାଙ୍ଗୀର ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଗିରଫ କରାଯାଇଛି। ଏକ ଖାଉଟି ଅଦାଲତ ଅବମାନନା ମାମଲାକୁ ନେଇ ତାଙ୍କ ନାଁରେ ଓ୍ବାରେଣ୍ଟ ଜାରି କରାଯାଇଥିଲା । ଏହି ଓ୍ବାରେଣ୍ଟକୁ ଭିତ୍ତିକରି ତାଙ୍କୁ ଗିରଫ କରାଯାଇଥିବା ଥାନା ଆଇଆଇସି ତୋଫାନ ବାଗ ସୂଚନା ଦେଇଛନ୍ତି ।