ଖାଉଟି ବଣ୍ଟନକେନ୍ଦ୍ରକୁ ଆସିବେନି ହିତାଧିକାରୀ: ଘରେ ପହଞ୍ଚିବ ଭତ୍ତା, ଗହମ, ଚାଉଳ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାମାଜିକ ନିରାପତ୍ତା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ଭତ୍ତା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଖାଦ୍ୟଶଷ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ। ହିତାଧିକାରୀଙ୍କୁ ପେନ୍‌ସନ୍‌ କିମ୍ବା ଖାଦ୍ୟଶସ୍ୟ ନେବା ପାଇଁ ସାଧାରଣ ଖାଉଟି ବଣ୍ଟନ କେନ୍ଦ୍ରକୁ ଆସିବାକୁ ପଡ଼ିବ ନାହିଁ। ଭିଡ଼ କମାଇବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଭତ୍ତା ଓ ଖାଦ୍ୟଶସ୍ୟ ହିତାଧିକାରୀଙ୍କ ନିକଟରେ ଯେପରି ପହଞ୍ଚିପାରିବ ସେ ନେଇ ସମସ୍ତ ଜିଲାପାଳ, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌, ସମସ୍ତ ମହାନଗର ନିଗମର କମିଶନର, ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏ ନେଇ କ୍ଷମତା ପ୍ରଦାନ କରାଯାଇଛି। ସାମାଜିକ ଗୁରୁତ୍ୱକୁ(ସୋସିଆଲ ଡିଷ୍ଟାନ୍‌ସିଂ) ଗାଇଡ୍‌ ଲାଇନ୍‌ ଅନୁଯାୟୀ ପେନ୍‌ସନ୍‌ ଓ ଖାଦ୍ୟ ସାମଗ୍ରୀ ବାଣ୍ଟିବା ପାଇଁ ବ୍ୟବସ୍ଥା କରିବେ। ଆବଶ୍ୟକ ସ୍ଥଳେ ଜିଲାର ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିପାରିବେ। ମଙ୍ଗଳବାର ଏ ନେଇ ସ୍ବାସ୍ଥ୍ୟ ଓ ପରିିବାର କଲ୍ୟାଣ ବିଭାଗ ପକ୍ଷରୁ ସର୍କୁଲାର ଜାରି କରାଯାଇଛି।

Share