ମୁମ୍ବାଇ,୨୨-୧୧: ଖାଉଟି ଖର୍ଚ୍ଚ ସର୍ଭେ ଡାଟାକୁ ପ୍ରକାଶ କରିବାକୁ ସରକାରଙ୍କୁ ୨୦୦ ସ୍କଲାର ଚିଠି ଲେଖିଛନ୍ତି। ଡାଟା ଗୁଣବତ୍ତାରେ ଅସୁବିଧା ରହିଥିବାରୁ ୨୦୧୭-୧୮ର ଡାଟା ପ୍ରକାଶ ପାଇବ ନାହିଁ ବୋଲି ସରକାର ନିକଟରେ କହିଥିଲେ। ଏହା ପରେ ସରକାରଙ୍କୁ ଏଭଳି ପ୍ରସଙ୍ଗରେ ଚିଠି ଲେଖାଯାଇଛି। ଏହି ସ୍କଲାରଙ୍କ ମଧ୍ୟରେ ଅଧିକାଂଶ ଅର୍ଥନୀତିଜ୍ଞ ରହିଛନ୍ତି। ଜାତୀୟ ସାମ୍ପୂଲ ସର୍ଭେ ଅଫିସର ଏକ ଲିକ୍ ଡାଟା ନିକଟରେ ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଏ ସଂକ୍ରାନ୍ତ ସର୍ଭେ ରିପୋର୍ଟ ନ ପ୍ରକାଶ କରିବାକୁ ସରକାର ତତକ୍ଷାଣତ କହିଥିଲେ। ଗ୍ରାମାଞ୍ଚଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଲାଗି ଲୋକ ଖର୍ଚ୍ଚ କରୁ ନ ଥିବା ଏବଂ ବ୍ୟକ୍ତି ପିଛା ମାସିକ ଖର୍ଚ୍ଚ ୨୦୧୧-୧୨ ତୁଳନାରେ ୩.୭% ଖସିଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା।