ଖାଉଟି ସାମଗ୍ରୀ ଚଢା ଦର ଉପରେ ଲାଗିଲା ଅଙ୍କୁଶ

ଗୁଡଭେଲା,୩୦।୩(ଡିଏନଏ):କରୋନା ପାଇଁ ବଲାଙ୍ଗୀର ଜିଲା ତୁଷୁରା ଓ ଗୁଡଭେଲା ବ୍ଳକର ବିଭିନ୍ନ ଅଞ୍ଚଳର ବଜାର ବନ୍ଦ ରହିଥିବା ବେଳେ ଖାଉଟି ସାମଗ୍ରୀ, ଔଷଧ ଓ ପନିପରିବା ଦେକାନକୁ ଛାଡି ଅନ୍ୟ ସମସ୍ତ ଦେକାନ ବଜାର ବନ୍ଦ କରାଯାଇଛି ା ଏହାର ସୁଯୋଗ ନେଇ ହଠାତ ଖାଉଟି ସାମଗ୍ରୀ ଦର ଦୁଇ ଗୁଣା ବଢିଯାଇଛି। ଅଭିଯୋଗ ହେବାରୁ ରବିବାର ଜିଲା ପ୍ରଶାସନ ପକ୍ଷରୁ ଖାଉଟି ସାମଗ୍ରୀ ଚଢା ଦର ଉପରେ ଅକୁଶ ଲାଗିଛି। ଆଳୁ କିଲୋ ୨୫ ଟଙ୍କା, ପିଆଜ- ୩୦ ଟଙ୍କା, ଚିନି-୪୦ ଟଙ୍କା, ଅଟା-୩୬ ଟଙ୍କା, ରିଫାଇନ ତେଲ-୮୭ ଟଙ୍କା, ମୁସୁରି ଡାଲି-୭୦ଟଙ୍କା, ବିରି ଡାଲି-ଶହେ ଟଙ୍କା, ମୁଗ ଡାଲି-୯୫ ଟଙ୍କା, ଗୁଡ କିଲୋ ପ୍ରତି ୪୨ଟଙ୍କାରେ ବିକ୍ରି କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ କରାଯାଇଛି। ଏହାକୁ ଯଦି କୌଣସି ବ୍ୟବସାୟୀ ନମାନନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।

Share