ରାଜନଗର, ୬।୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ରିଘାଗଡ଼ ଗ୍ରାମର ଡିଲର କ୍ଷୀରୋଦ ମହାରଣା ଖାଉଟି ସାମଗ୍ରୀ ଯୋଗାଇବା କ୍ଷେତ୍ରରେ ଅନିୟମିତତା, ଖାଉଟିମାନଙ୍କୁ ଦୁର୍ବବ୍ୟହାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେମାନେ ଗୁରୁବାର ରାଜନଗର ବିଡିଓଙ୍କ ଅଫିସ ଘେରାଉ କରିଛନ୍ତି। ତୁରନ୍ତ ସମ୍ପୃକ୍ତ ଡିଲରଙ୍କୁ ପରିବର୍ତ୍ତନ କରି ଆଉ ଜଣେ ଡିଲରଙ୍କୁ ନିଯୁକ୍ତି ଦେବାକୁ ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।