ଖାଏଦ୍‌ ସୁରକ୍ଷା ଯୋଜନା ବାଟ୍‌ବନା: ୫ ପରାନୀ କୁଟୁମକେ ୧୦ କେ.ଜି ଚାଉଲ

ଲାଠୋର, ୧୭।୨ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ପକାଘର, ଖାଏଦ୍‌ ସୁରକ୍ଷା ଯୋଜନାରେ ଚାଉଲ ଯୁଗେଇ ଦେଉଛନ୍‌। ହେଲେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକଁର ଖାମ୍‌ଖିଆଲି କାଯ୍‌ ଲାଗି ଅନେକ୍‌ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ କଲୋନିପଡ଼ାରେ।
ସୂଚନା ଅନ୍‌ସାରେ ଲାଠୋର କଲୋନିପଡ଼ାର ଭୁଦ୍ର ନାଏକ(୩୬)। ପରିବାର କହେଲେ ମାଏକିନା ଧନମତୀ(୩୧), ୩ ପୁଓ ସଚିଦାନନ୍ଦ(୮), ମାଣିକ୍ୟ(୫), କୁଞ୍ଜବିହାରୀ(୨)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଘରଡିହ ଖଁଡ଼େକେ ଛାଡ଼ି ଦେଲେ ସଁପତି ବଲି କିଛି ନାଇଁ। ଦୁଇ ମାଏଝି ମୁନୁଷ୍‌ କୁଲିମଜୁରି କରି ପରିବାର ଚଲଉଛନ୍‌। ଅଭାବ ଅନାଟନ ଲାଗି ଭଲ ଘରଖଁଡ଼େ କରି ନାଇଁପାରବାର। ଯେନ୍‌ ମାଏଟ୍‌ ଖପର ଘରଟା ବି ଅଛେ ସେଟା ଅନେକ ସମିଆରେ ମରାମତି କରି ନାଇଁପାରବାର। ଏନ୍‌ତାଥି ଖରା, ବରଷା, ଶୀତରେ କୁଟୁମବସିଆ ବଡ଼ା ଦହଗଁଜ୍‌ ହେଉଛନ୍‌। ସେନ୍‌ତା ପରିବାରରେ ୫ ପରାନୀ ଥିଲାବେଲେ ସରକାରୀ ଯୋଜନାରେ ମାସିକ ଚାଉଲ ମିଲୁଛେ ୧୦ କେ.ଜି.। ଭୁଦ୍ର ସରକାରୀ ଯୋଜନାରେ ଘରଖଁଡ଼େ ଆର ମାସିକ ୨୫ କେ.ଜି. ଚାଉଲ ଲାଗି ପଁଚେତ୍‌ରେ ଗୁହାରି କରି କରି ଥକିଗଲେନ। ହେଲେ କେହି ତାକର କଥା ନାଇଁ ଶୁନୁଥିବାର ସେ ଅଭିଯୋଗ କରିଛନ୍‌। ଆବାସ ଯୋଜନାରେ ଘରଖଁଡ଼େ ଆର ମାସିକ ୨୫ କେ.ଜି. ଚାଉଲ ଯୁଗେଇ ଦେବାକେ ଭୁଦ୍ର ଗଣମାଧ୍ୟମ ଜରିଆରେ ଜିଲା ଆର ଥାନୀଅ ବ୍ଲକ ପରଶାସନକେ ଗୁହାରି କରିଛନ୍‌।

Share