ଖାକି ପୋଷାକ ନିଶା

ରାଣୀ ମୁଖାର୍ଜୀଙ୍କୁ ନେଇ ଏବେ ଚର୍ଚ୍ଚା। ଆସନ୍ତା ମାସରେ ତାଙ୍କ ଅଭିନୀତ ‘ମର୍ଦ୍ଦାନୀ-୨’ ପରଦା ଉପରକୁ ଆସୁଛି। ଏଥିରେ ସେ ପୋଲିସ ଅଫିସର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଅନ୍ୟାୟ, ଦୁର୍ନୀତି ବିରୋଧରେ ଜଣେ ପୋଲିସ ଅଫିସର କିପରି ଲଢ଼ୁଛନ୍ତି, ତାହା ଏଥିରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଆକ୍ଟିଂ କରିବା ପରେ ରାଣୀଙ୍କୁ ଏବେ ଖାକି ପୋଷାକ ନିଶା ଘାରିଛି। ଏଣିକି କୁଆଡ଼େ ସେ କେବଳ ଏପରି ଭୂମିକାରେ ହିଁ ଅଭିନୟ କରିବେ ବୋଲି କହି ବୁଲୁଛନ୍ତି। ତେବେ ତାଙ୍କର ଏହି ଆଶା କେତେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା।

Share