Categories: ଖେଳ

ଖାତା ଖୋଲିପାରିଲେ ନାହିଁ କୋହଲି; ଶତକ ମୁହାଁ ଅଗ୍ରଓ୍ବାଲ

ଇନ୍ଦୋର,୧୫ା୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ବାଂଲାଦେଶ ୧୫୦ ରନ୍‌ କରିଥିବାବେଳେ ଭାରତୀୟ ଦଳ ଶୁକ୍ରବାର ରିପୋର୍ଟ ଲେଖା ହେବା ସୁଦ୍ଧା ୩ ଉଇକେଟ ହରାଇ ୧୭୦ ରନ୍‌ କରିଛି। ଫଳରେ ଘରୋଇ ଦଳ ୨୦ ରନ୍‌ର ଅଗ୍ରଣୀ ହାସଲ କରିଛି। ଓପନର ମୟଙ୍କ ଅଗ୍ରଓ୍ବାଲ ୮୨ ରନ୍‌ କରି ଶତକ ଆଡ଼େ ମୁହାଁଉଛନ୍ତି। ତାଙ୍କ ଇନିଂସରେ ୧୩ ଚୌକା ଓ ଏକ ଛକା ସାମିଲ ରହିଛି। ପୂର୍ବତନ ଦିନ ଅପରାଜିତ ଥିବା ଚେତେଶ୍ୱର ପୂଜାରା (୫୪) ଅର୍ଦ୍ଧଶତକ ପୂରଣ କରିବା ପରେ ଆବୁ ଜାୟେଦଙ୍କ ବଲରେ ଆଉଟ୍‌ ହୋଇ ପ୍ୟାଭେଲିଅନ୍‌ ଫେରିଥିଲେ। ତାଙ୍କ ପରେ କ୍ରିଜକୁ ଓହ୍ଲାଇଥିଲେ ଅଧିନାୟକ ବିରାଟ କୋହଲି। ମାତ୍ର ସେ ଖାତା ଖୋଲିବା ପୂର୍ବରୁ ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ତାଙ୍କୁ ମଧ୍ୟ ଜାୟେଦ ଆଉଟ୍‌ କରିଥିଲେ। ଅଗ୍ରଓ୍ବାଲଙ୍କ ସହ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୨୨) ଖେଳୁଛନ୍ତି।

Share