Advertisement

ଖାଦ୍ୟର ମାନ ଯାଞ୍ଚ କଲେ ବିଧାୟକ


ବରଗଡ଼ ଅଫିସ୍‌,୩୧।୩-ବରଗଡ଼ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ମଙ୍ଗଳବାର ଖଣ୍ଡହଥା ଜଗନ୍ନାଥ ହାଇସ୍କୁଲରେ କରୋନା ପ୍ରତିହତ ପାଇଁ ହୋଇଥିବା ଆଇସୋଲେଶନ ସେଣ୍ଟର ପରିଦର୍ଶନରେ ଯାଇଥିଲେ । ସେଠାକାର ଅନ୍ତେବାସୀଙ୍କୁ ସେମାନଙ୍କ ସୁବିଧା, ଅସୁବିଧା ପଚାରିବା ସହିତ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ରନ୍ଧାଖାଦ୍ୟର ମାନ ଯାଞ୍ଚ କରିଥିଲେ। ଏହି ପରିଦର୍ଶନ କାଳରେ ବିଧାୟକ ଆଚାର୍ଯ୍ୟଙ୍କ ସହିତ ବିଡ଼ିଓ ଯୁଧିଷ୍ଠିର ମେହେର, ଉମେଶ ପଣ୍ଡା ଏବଂ ନିଷ୍ଠା ପରିବାରର କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share