କବିସୂର୍ଯ୍ୟନଗର,୧୭ା୫(ଡି.ଏନ୍.ଏ.)- ନିମ୍ନମାନର ଅଭିଯୋଗ ଆଣି ଖାଦ୍ୟ ଖାଇଲେ ନାହିଁ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆ। ଏପରି ଘଟଣା ଘଟିଛି କବିସୂର୍ଯ୍ୟନଗର ବାଳିକା ହାଇସ୍କୁଲରେ। ଏଠାରେ ୭୮ ଜଣ ଅନ୍ତେବାସୀ ରହୁଛନ୍ତି। ସରକାରୀ ମେନୁ ପ୍ରକାରେ ଶନିବାର ମଧ୍ୟାହ୍ନ ଭୋଜନରେ ଭାତ, ଡ଼ାଲି ସହ ମିକ୍ସ ତରକାରି ଦିଆଯାଇଥିଲା। କିନ୍ତୁ ସମସ୍ତ ଅନ୍ତେବାସୀ ନିମ୍ନମାନର ଅଭିଯୋଗ କରି ଖାଇ ନଥିଲେ। ଫଳରେ ରାତିରେ ଏନ୍ଏସି ପକ୍ଷରୁ ଏହାକୁ ଫୋପାଡ଼ି ଦିଆଯାଇଥିଲା। ଏନେଇ ନିର୍ବାହୀ ଅଧିକାରୀ ବିବେକାନନ୍ଦ ନାୟକ କହିଛନ୍ତି ମୁଁ ନିଜେ ଉକ୍ତ ଖାଦ୍ୟର ମାନ ଯାଞ୍ଚ କରିଛି, ଠିକ୍ ଥିଲା। କିନ୍ତୁ କାହିଁକି ଅନ୍ତେବାସୀ ଖାଇଲେ ନାହିଁ, ମୁଁ ଜାଣିପାରୁନି। ଅନ୍ୟ ୪ଟି କେନ୍ଦ୍ରରେ ଅନ୍ତେବାସୀ ଖାଇଥିବାବେଳେ କାହା ଚାପରେ ଏମାନେ ଗ୍ରହଣ କଲେନି ମୁଁ ଜାଣିପାରୁନାହିଁ। ରବିବାର ଏକ ହୋଟେଲକୁ ସମ୍ପୃକ୍ତ କେନ୍ଦ୍ରକୁ ଖାଦ୍ୟ ଯୋଗାଣ ପାଇଁ ଅନୁମତି ଦିଆଯାଇଥିବା ନିର୍ବାହୀ ଅଧିକାରୀ କହିଛନ୍ତି।