Advertisement

ଖାଦ୍ୟ ଚାଖିବାକୁ କହିବାରୁ ରାଗିଗଲେ ବିଡ଼ିଓ

ବାମରା,୪।୪(ଡି.ଏନ.ଏ.)କରେନା ପାଇଁ ସମସ୍ତ ପଞ୍ଚାୟତରେ ଅସ୍ଥାୟୀ କେନ୍ଦ୍ର ଖୋଲି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ମଧ୍ୟ ରନ୍ଧା ଖାଦ୍ୟ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଘରକୁ ଘର ପହଞ୍ଚାଇ ଦିଆଯାଉଛି। ଶନିବାର ସ୍ବେଚ୍ଛାସେବୀମାନେ ଏହି କ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ତେବେ ଗୋବିନ୍ଦପୁର ସରପଞ୍ଚ ମିନାକ୍ଷୀ ମାଝୀ କହିବାରୁ ବାମରା ତହସିଲଦାର, ଗୋବିନ୍ଦପୁର ଥାନା ଅଧିକାରୀ ଓ ବିଡ଼ିଓଙ୍କୁ ଖାଦ୍ୟର ମାନ ନିରୀକ୍ଷଣ ପାଇଁ ଖାଇବା ଉଦ୍ଦେଶ୍ୟରେ ଦୁଇଟି ଲେଖାଇ ପ୍ୟାକେଟ କାର୍ଯ୍ୟାଳୟ ଗୁଡ଼ିକରେ ପହଞ୍ଚା ଯାଇଥିଲା। ଥାନା ଧିକାରୀ ଓ ତହସିଲଦାର ଖାଦ୍ୟ ପ୍ୟାକେଟ ଗ୍ରହଣ କରିଥିଲେ । ବିଡ଼ିଓ ଗୋବିନ୍ଦ ଡ଼ନସେନାଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ୟାକେଟ ଦେବାରୁ ସେ ରାଗି ଯାଇଥିଲେ। ମୁଁ କଣ ଗରିବ ଲୋକ ଯେ ମୋ ପାଇଁ ଖାନା ଆଣି ଦେଇଛ ବୋଲି କହି ଖାଦ୍ୟ ଦେବାକୁ ଯାଇଥିବା ୨ ଜଣ ସ୍ବେଚ୍ଛାସେବୀ ଯୁବକ ଦିନେସ ରକ୍ସା ଓ ଚଙ୍କି ଉପାଧ୍ୟାୟଙ୍କୁ ଧମକାଇବା ସହ ତାଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ। ତାଙ୍କ ଆଦେଶ ମୁତାବକ ଗୋବିନ୍ଦପୁର ପୋଲିସ ଉଭୟ ଯୁବକକୁ ଥାନାକୁ ନେଇ ୩ ଘଣ୍ଟା ଅଟକ ରଖିବା ପରେ ଛାଡି ଦେଇଥିଲା। ଏ ନେଇ ଗୋବିନ୍ଦପୁର ସରପଞ୍ଚ ମିନାକ୍ଷୀ ମାଝୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ସ୍ବେଚ୍ଛାସେବୀଙ୍କୁ ଦୁର୍ବ୍ୟବହାର କରିବା କଥାକୁ ବିଡ଼ିଓ ଖଣ୍ଡନ କରିଥିବା ସହିତ ଅନ୍ୟ ଆବଶ୍ୟକୀୟ ଲୋକଙ୍କୁ ସେହି ଖାଦ୍ୟ ଦେବା ପାଇଁ କହିଥିଲେ, ମାତ୍ର ସେମାନେ ସେହି ଖାଦ୍ୟ ଖାଇବା ପାଇଁ ତାଙ୍କୁ ବାଧ୍ୟ କରିବାରୁ ସେ ପୋଲିସର ସହାୟତା ନେଇଥିଲେ ବୋଲି ସଫେ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel