Categories: ଜାତୀୟ

ଖାଦ୍ୟ ନଷ୍ଟ ନ କରିବା ପାଇଁ ଖାଇବା ଥାଳିରେ ଲେଖା ଯାଉଛି ସଚେତନତା ବାର୍ତ୍ତା

ଜୟପୁର,୧୫।୭: ଖାଦ୍ୟ ନଷ୍ଟ ନ କରିବା ପାଇଁ ରାଜସ୍ଥାନରେ ଏକ ନିଆରା ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏନେଇ ଯୋଧପୁରର ମାହେଶ୍ୱରୀ ଏବଂ ଘାଞ୍ଚି ସମାଜ ପକ୍ଷରୁ ପ୍ରୟାସ ଜାରି ରହିଛି। ଏହି ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିମାସରେ ୨ ଟନ୍‌ ଷ୍ଟିଲ୍‌ ଦ୍ୱାରା ୧୦ ହଜାର ଖାଇବା ଥାଳି ତିଆରି କରାଯାଉଛି। ଥାଳିରେ ଦୟାକରି ଅଇଁଠା ନ ଛାଡିବାକୁ ହାତଯୋଡ଼ି ଅନୁରୋଧ କରାଯାଇଥିବା ସଚେତନତା ବାର୍ତ୍ତା ଲେଜର ପ୍ରିଣ୍ଟ୍‌ ଦ୍ୱାରା ଖୋଦେଇ କରାଯାଇଛି। ଏହି କାର୍ଯ୍ୟକ୍ରମର ଆରମ୍ଭ ପ୍ରଥମେ ଙ୍କୁଥୁନାଥ ଜୈନ ମନ୍ଦିରରେ ହୋଇଥିଲା। ଏଠାରେ ଲୋକଙ୍କ ପାଇଁ ଏକ ହଜାର ଏଭଳି ଥାଳି ତିଆରି କରାଯାଇଥିଲା। ଘାଞ୍ଚି ସମାଜ ପକ୍ଷରୁ ଏଥି ପାଇଁ ୫୦ ମହିଳା ଏବଂ ୫୦ ପୁରୁଷଙ୍କ ଏକ ଦଳ ଗଠନ କରାଯାଇଛି। ସେମାନେ ଖାଦ୍ୟ ନଷ୍ଟ ନ କରିବା ପାଇଁ ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି।

Share