Categories: ଜାତୀୟ

ଖାଦ୍ୟ ନଷ୍ଟ ନ କଲେ ମିଳୁଛି ୫ ଟଙ୍କିଆ କଏନ୍‌

କୋଏମ୍ବାଟୁର,୩୦।୮: ହୋଟେଲରେ ଖାଇବା ପରେ ଗ୍ରାହକଙ୍କୁ ମିଳୁଛି ଏକ ୫ ଟଙ୍କିଆ କଏନ୍‌। ହଁ ତାମିଲନାଡୁ କୋଏମ୍ବାଟୁରର ଏକ ପୁରୁଣା ହୋଟେଲ ଖାଦ୍ୟ ନଷ୍ଟ ନ କରିବା ପାଇଁ ଭିନ୍ନ ପଦକ୍ଷେପ ନେଇଛି। ଗ୍ରାହକଙ୍କ ମଧ୍ୟରେ ଖାଦ୍ୟ ନଷ୍ଟ ନ କରିବାକୁ ନେଇ ସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ଏମିତି କରାଯାଇଥିବା ହୋଟେଲ ମାଲିକ କୁହନ୍ତି। ତେବେ ଯେଉଁମାନେ ଖାଦ୍ୟ ନଷ୍ଟ ନ କରୁଛନ୍ତିି ସେମାନେ ବିଲ୍‌ ପଇଠ କରିବା ପରେ ହୋଟେଲ ମାଲିକ ତାଙ୍କୁ ଏକ ୫ ଟଙ୍କିଆ କଏନ୍‌ ଦେଇ ତାଙ୍କ ସହ ହ୍ୟାଣ୍ଡସେକ୍‌ ମଧ୍ୟ କରୁଛନ୍ତି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଖାଦ୍ୟ ନଷ୍ଟ ନ କରିବାକୁ ନେଇ ସଚେତନତା ସୃଷ୍ଟି ହେଉଥିବା ସେ କହିଛନ୍ତି। ଏବେ ସେ ଦିନକୁ ପ୍ରାୟ ଶହେଟି ୫ ଟଙ୍କିଆ କଏନ୍‌ ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି। ଲୋକେ ଏବେ ଖାଦ୍ୟର ମହତ୍ୱ ବୁଝି ପାରୁଛନ୍ତି ବୋଲି ସେ କୁହନ୍ତି। ଏହା ଏକ ସକରାତ୍ମକ ପଦକ୍ଷେପ ବୋଲି ସେଠାରେ ଉପସ୍ଥିତ ଥିବା ଗ୍ରାହକମାନେ ମଧ୍ୟ ପ୍ରକାଶ କରିଛନ୍ତି।

Share