ଲାଞ୍ଜିଗଡ,୧୮।୪(ଡି.ଏନ୍.ଏ): ଭବାନୀପାଟଣାରୁ ବିଶ୍ୱନାଥପୁରକୁ ଯାଉଥିବା ରାସ୍ତାରେ ବଞ୍ଜାରୀଘାଟି, ଢେପଗୁଡା ଘାଟି, ଶିକେରକୁପା ଆଦି ଅଞ୍ଚଳରେ ଶହଶହ ମାଙ୍କଡଙ୍କୁ ଲକ୍ ଡାଉନ ଭୋକିଲା ରଖିଛି। ଏବେ ଲାଞ୍ଜିଗଡରୋଡର ଯୋଗମୟା ଏସ୍ଏସ୍ଜି ଗ୍ରୁପ କିନ୍ତୁ ଏମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଉଛି। ଏହି ମହିଳା ଗୋଷ୍ଠିର ସଭାପତି ସରୋଜିନୀ ପ୍ରଧାନଙ୍କ ନେତୃତ୍ୱରେ ବଞ୍ଜାରୀ ଘାଟିଠାରୁ ଢେପଗୁଡା ଘାଟି ପର୍ଯ୍ୟନ୍ତ ମାଙ୍କଡଙ୍କୁ ଖାଦ୍ୟ ଦିଆଯାଉଛି। ଲକ୍ ଡାଉନ୍ ନ ସରିବା ପର୍ଯ୍ୟନ୍ତ ମାଙ୍କଡଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରଧାନ କହିଛନ୍ତି। ପୂର୍ବରୁ ଏହି ରାସ୍ତାରେ ଯାଉଥିବା ଲୋକେ ମାଙ୍କଡ ପଲଙ୍କୁ ପ୍ରତିଦିନ ଖାଦ୍ୟ ଦେଉଥିଲେ। ହେଲେ ଲକ୍ଡାଉନ୍ ହେଲା ଦିନଠାରୁ ଗାଡି ମୋଟର ସବୁ ବନ୍ଦ। ଏଣୁ ଖାଇବାକୁ ନ ପାଇ ଏମାନେ ସହର ମୁହଁା ହେଉଥିଲେ। ଏଣୁ ଏମାନଙ୍କୁ ଖାଦ୍ୟ ଦେବାକୁ ପଦକ୍ଷେପ ନିଆଯାଇଥିବା ପ୍ରଧାନ କହିଛନ୍ତି। ତେବେ ଉର୍ମିଳା ପଟ୍ଟନାୟକ, ମଞ୍ଜୁଲତା ଓଝା, କୁମୁଦିନି ଶତପଥୀ, ବିଷ୍ଣୁପ୍ରିୟା ମହାନ୍ତି, ଚମ୍ପା ମାଝୀ, ମଧୁ କୁମାରୀ ପ୍ରଧାନ, ଲକ୍ଷ୍ମୀ ତାଣ୍ଡି, ଗୋଲାପି ତାଣ୍ଡି ଓ ଅଞ୍ଜନା ତାଣ୍ଡି ପ୍ରମୁଖ ସହଯୋଗ କରୁଛନ୍ତି।