ଖାଦ୍ୟ ବିତରଣ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ

ଭଦ୍ରକ ଅଫିସ,୧୪।୪: ଖାଦ୍ୟ ବିତରଣ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ। ଭଦ୍ରକ ବ୍ଲକ ବେରହମପୁର ପଞ୍ଚାୟତର ସ୍କୁଲ ଘରେ ଚାଲିଥିବା ଖାଦ୍ୟ ବିତରଣ କେନ୍ଦ୍ରକୁ ଜିଲାପାଳ ବୁଲି ଦେଖିବା ସହ ସେଠାକାର ଲୋକଙ୍କ ସହ ଆଲୋଚନା କରି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ତାଙ୍କ ସହ ବହୁ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ।