ଖାଦ୍ୟ, ମାସ୍କ ବଣ୍ଟନ

ଖଇରା,୩୦।୪(ଡି.ଏନ.ଏ.)-ଫାଉଣ୍ଡେଶନ ଟ୍ରଷ୍ଟ ଓ ଆର୍ଯ୍ୟାନ ସଙ୍ଗଠନ ତରଫରୁ ବୁଧବାର ଖଇରା ବ୍ଲକର ଡଗରପଡା ପଞ୍ଚାୟତରେ ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। ଟ୍ରଷ୍ଟ ଅଧ୍ୟକ୍ଷ ମହମ୍ମଦ ଆୟୁବଖାନ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ରନତ୍ାକର ଦଳେଇ, ବିକ୍ରମ କୁଅଁର, ଲକ୍ଷ୍ମଣ ବେହେରା, କୃତିବାସ ଜେନା ପ୍ରତ୍ୟକ୍ଷ ସହଯୋଗରେ ଖାଦ୍ୟ ପ୍ୟାକେଟ ଓ ମାସ୍କ ବଣ୍ଟନ କରାଯାଇଥିଲା। ଗ୍ରାମାଞ୍ଚଳରେ ଘର ଘର ବୁଲି ସେବା ପ୍ରଦାନ କରୁଥିବା ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କୁ ସହଯୋଗ କରିବାକୁ ଉଦ୍ୟେକ୍ତାମାନେ ପରାମର୍ଶ ଦେଇଥିଲେ ା ସେହିଭଳି ଅତି ଆବଶ୍ୟକ ନ ପଡିଲେ ଘରୁ ନ ବାହାରିବାକୁ ସଙ୍ଗଠନର ସଦସ୍ୟମାନେ ବୁଝାଇ କହିଥିଲେ ା ପୂର୍ବରୁ କଂସ ପୋଷାକରେ କରୋନାର ଭୟାବହତା ଉପରେ ସଚେତନତା କରି ଆସୁଥିବା ଗୟାଧର ବିଶ୍ୱାଳ ଉପସ୍ଥିତ ରହି ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ସ୍ଲୋଗାନ ଦେଇ ଲୋକଙ୍କୁ ପୁନର୍ବାର ସଚେତନ କରାଇଥିଲେ ା