ଖାଦ୍ୟ ସଙ୍କଟ ମୁହାଁ ପୃଥିବୀ: ଦାରିଦ୍ର୍ୟ ତାଲିକାରେ ଯୋଡ଼ି ହେବେ ୪ କୋଟି ୯୦ ଲକ୍ଷ ଲୋକେ

ଜେନେଭା, ୧୦।୬: ପୃଥିବୀରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ବହୁ ଦେଶରେ ଲକ୍‌ଡାଉନ୍‌ ଯୋଗୁ ଆର୍ଥିକ ଅବସ୍ଥା ସଙ୍କଟ ସୃଷ୍ଟି କରିଛି। ଏହାର ପ୍ରଭାବରେ ଚଳିତବର୍ଷ ପୃଥିବୀରେ ନୂଆ ୪ କୋଟି ୯୦ ଲକ୍ଷ ଲୋକେ ଦାରିଦ୍ର୍ୟ ତାଲିକାରେ ଯୋଡ଼ି ହେବାର ଆଶଙ୍କା ଦେଖାଦେଇଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ସେହିପରି ୭ଲକ୍ଷ ଶିଶୁ କୁପୋଷଣ ତାଲିକାରେ ଯୋଡ଼ି ହେବେ। କିଛି ମାସ ପୂର୍ବରୁ ପୃଥିବୀର ୭୮୦ କୋଟି ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଥିଲେ ମଧ୍ୟ ଏବେ ସ୍ଥିତି ବଦଳି ଯାଇଛି। ସମ୍ପ୍ରତି ୮୨ କୋଟି ଲୋକଙ୍କ ପାଖରେ ଖାଇବା ପାଇଁ ନାହିଁ। ସେମାନଙ୍କ ମଧ୍ୟରେ ୧୪ କୋଟି ୪୦ ଲକ୍ଷ ୫ ବର୍ଷରୁ କମ୍‌ ବୟସ୍କ ଶିଶୁ କୁପୋଷଣର ଶିକାର ହୋଇଛନ୍ତି। କରୋନା ମହାମାରୀ ଯୋଗୁ ପୃଥିବୀ ଖାଦ୍ୟ ସଙ୍କଟ ମୁହାଁ ହୋଇଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍‌ ସୂଚନା ଦେଇଛନ୍ତି।

Share