Categories: ଜାତୀୟ

ଖାଦ୍ୟ ସାଥୀ ଯୋଜନାରେ ପଶ୍ଚିମବଙ୍ଗର ୮ କୋଟି ୫୦ ଲକ୍ଷ ଲୋକଙ୍କୁ ମିଳିଛି ଖାଦ୍ୟ ସୁରକ୍ଷା: ମମତା

କୋଲକାତା,୧୬।୧୦: ପଶ୍ଚିମବଙ୍ଗରେ ଖାଦ୍ୟ ସାଥୀ ଯୋଜନା ଅନ୍ତର୍ଗତ ରାଜ୍ୟର ୮କୋଟି ୫୦ ଲକ୍ଷ ଲୋକଙ୍କ ଖାଦ୍ୟ ସୁରକ୍ଷା ମିଳିଛି। ବିଶ୍ୱ ଖାଦ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଏହି ସୂଚନା ଦେଇଛନ୍ତି। ଜଙ୍ଗଲ ମହଲ ଏବଂ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଏହି ସୁବିଧା ଉପଲବ୍ଧ କରାଯାଇଛି। ଏହା ସହିତ ସିଙ୍ଗୁର ଚାଷୀ, ଚା ବଗିଚା ଶ୍ରମିକ ଏବଂ ଟୋଟୋ ଜନଜାତିଙ୍କୁ ଏହି ଯୋଜନା ଦ୍ୱାରା ସୁବିଧା ଯୋଗାଇ ଦିଆଯାଇଥିବା ମମତା କହିଛନ୍ତି।

Share