ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରାଯାଇଛି: ମନ୍ତ୍ରୀ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): କରୋନା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏପ୍ରିଲ-ମେ-ଜୁନର ଆଗୁଆ ରାଶନ ସାମଗ୍ରୀ କାର୍ଡଧାରୀଙ୍କୁ ଯୋଗାଇ ଦିଆଯାଇଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ବିଭାଗ ପକ୍ଷରୁ ୧୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟ ଶସ୍ୟ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଇଛି। ଏ ବାବଦରେ ୯୨ଲକ୍ଷ ୯୬ ହଜାର ୩୨୩ ଜଣ କାର୍ଡଧାରୀ ପରିବାରକୁ ମୋଟ ୫.୬୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ଏପ୍ରିଲ, ମେ ଓ ଜୁନ୍‌ର ଏକକାଳୀନ ଚାଉଳ ଓ ଡାଲି ବିନା ମୂଲ୍ୟରେ ଯୋଗାଇ ଦିଆଯାଇଛି।

Share