Categories: ଜାତୀୟ

ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ବିଫଳ: ୧୦ ମନ୍ତ୍ରଣାଳୟ ଉପରେ ୫ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୧୦।୨: ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ବିଫଳତା ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମ୍‌କୋର୍ଟ ବର୍ଷିଛନ୍ତି। କେନ୍ଦ୍ରର ୧୦ଟି ମନ୍ତ୍ରଣାଳୟ ଉପରେ ଏନେଇ ସୁପ୍ରିମ୍‌କୋର୍ଟ ୫ ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ମହିଳା ଓ କଲ୍ୟାଣ ମନ୍ତ୍ରଣାଳୟ ,ବିଧି ଓ ନ୍ୟାୟ ମନ୍ତ୍ରଣାଳୟ, ସାମାଜିକ ନ୍ୟାୟ ଓ ଅଧିକାରିତା ଏବଂ ଗ୍ରାମୀଣ ବିକାଶ ଆଦି ମନ୍ତ୍ରଣାଳୟ ଉପରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜରିମାନା ଆଦେଶ ଦିଆଯାଇଛି। ଲୋକଙ୍କୁ ରାଶନ କାର୍ଡ ଯୋଗାଇବା ତଥା ଆଧାର କାର୍ଡ ନ ଥିବା ଲୋକଙ୍କ ପାଇଁ ସାମୁହିକ ରୋଷେକ ବ୍ୟବସ୍ଥା କରାଇବା ଲାଗି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏସବୁ କାର୍ଯ୍ୟ ସହିତ ସମ୍ପୃକ୍ତ ଥିବା ମନ୍ତ୍ରଣାଳୟଗୁଡ଼ିକ ପକ୍ଷରୁ କୌଣସି ରିପୋର୍ଟ ଦାଖଲ ନ କରାଯିବାରୁ ସର୍ବୋଚ୍ଚ ନ୍ୟାୟାଳୟ ବିରକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୧୩ ସେପ୍ଟେମ୍ବର ୧୦ରେ ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ-୨୦୧୩ ଜାରି ହୋଇଥିଲା।

Share