Categories: ଜାତୀୟ

ଖାରଜ ହେଲା ଶିବକୁମାରଙ୍କ ଆବେଦନ

ନୂଆଦିଲ୍ଲୀ,୪।୯: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କର୍ନାଟକର କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଖାରଜ କରି ଦେଇଛନ୍ତି। ଏହାପରେ କୋର୍ଟ ତାଙ୍କୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କଷ୍ଟୋଡିକୁ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଇଡି ଶିବକୁମାରଙ୍କ ପାଇଁ ୧୪ ଦିନର କଷ୍ଟୋଡି ମାଗିଥିଲେ। ତେବେ ଶିବକୁମାର କଷ୍ଟୋଡିରେ ରହିବା ସମୟରେ ପ୍ରତିଦିନ ଅଧ ଘଣ୍ଟା ପାଇଁ ତାଙ୍କ ପରିଜନ ଓ ଓକିଲ ତାଙ୍କୁ ସାକ୍ଷାତ୍‌ କରିପାରିବେ। ପ୍ରଥମେ କୋର୍ଟ ଶୁଣାଣି ସ୍ଥଗିତ ରଖିଥିବା ବେଳେ ପରେ ତାଙ୍କୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଇଡି କଷ୍ଟୋଡିକୁ ପଠାଇ ଦେଇଛନ୍ତି।

Share