Categories: ଜାତୀୟ

ଖାରଜ ହେଲା ହନିପ୍ରିତଙ୍କ ଜାମିନ ଆବେଦନ

ଚଣ୍ଡିଗଡ,୪।୯: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ମୁଖ୍ୟ ସହଯୋଗୀ ଥିବା ହନିପ୍ରିତଙ୍କ ଜାମିନ ଆବେଦନ ବୁଧବାର ଖାରଜ ହୋଇଯାଇଛି। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୭ରେ ରାମ ରହିମ ଗିରଫ ହେବା ପରେ ପଞ୍ଚକୁଲା(ହରିୟାଣା)ରେ ହିଂସା ବାତାବରଣ ସୃଷ୍ଟି ହୋଇଥିଲା। ଆଉ ଏହାକୁ ଉସକାଇଥିବା ଅଭିଯୋଗ ହୋଇଥିଲା ହନିପ୍ରିତଙ୍କ ନାଁରେ।

Share