ଭୁବନେଶ୍ୱର,୩।୯(ବ୍ୟୁରୋ): ନିକଟରେ ଉଦ୍ଘାଟନ ହୋଇଥିବା ଖାରବେଳ ଭବନରେ ରାଜ୍ୟ ସରକାର ଆଡଭୋକେଟ ଜେନେରାଲ(ଏଜି)ଙ୍କ ଅଫିସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟରେ ଥିବା ମାମଲାଗୁଡିକର ପରିଚାଳନା ପାଇଁ ଉତ୍ତମ ସମନ୍ବୟ ରକ୍ଷା କରାଯାଇ ପାରିବ ବୋଲି ସରକାର ଚିନ୍ତା କରୁଛନ୍ତି। ଏ ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏଠାରେ ସୂଚନା ଯୋଗ୍ୟ ରାଜ୍ୟ ସରକାର ସଚିବାଳୟ ବିଲ୍ଡିଂରୁ କେତେକ ବିଭାଗକୁ ଖାରବେଳ ଭବନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।