ଉଦ୍‌ଘାଟିତ ହେଲା ଖାରବେଳ ଭବନ

ଭୁବନେଶ୍ୱର, ୧୫।୮(ବ୍ୟୁରୋ.): ଭୁବନେଶ୍ୱରରେ ଖାରବେଳ ଭବନ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଖାରବେଳ ଭବନରେ କାର୍ଯ୍ୟ କରିବ ପ୍ରମୁଖ ୧୧ଟି ବିଭାଗର କାର୍ଯ୍ୟାଳୟ। ଏହାର ନିର୍ମାଣ ପାଇଁ ୧୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଲ୍‌ ଆଣ୍ଡ୍‌ ଟି କମ୍ପାନୀ ଏହାର ନିର୍ମାଣ ଦାୟିତ୍ୱ ତୁଲାଇଛି।