Categories: ଜାତୀୟ

ଖାଲକୁ ଖସିଲା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଗାଡି: ୨ ପୋଲିସ ଆହତ

ଭଦୋହି,୧୪।୧୦: ଉତ୍ତର ପ୍ରଦେଶର ଯୋଗୀ ସରକାରରେ ମନ୍ତ୍ରୀ ଥିବା ନନ୍ଦ ଗୋପାଳ ନନ୍ଦୀଙ୍କୁ ସୁରକ୍ଷା ଦେଇଥିବା ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି। ରବିବାର ରାତିରେ ଗାଡିଟି ଜାତୀୟ ରାଜପଥ ୨ରେ ଯାଉଥିବା ବେଳେ ଭଦୋହିର ଆରୋହି କୋତବାଲି ଅଞ୍ଚଳରେ ଏକ ଖାଲ ମଧ୍ୟକୁ ଖସି ପଡିବାରୁ ଏଥିରେ ୨ ପୋଲିସ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share