ଚନ୍ଦ୍ରଗିରି,୩।୯(ଡି.ଏନ୍.ଏ.): ଗଜପତି ଜିଲା ମୋହନା ବ୍ଲକ ମାଣିକପୁର ଇନ୍ଦିରା ଆବାସ ହନୁମାନ ମନ୍ଦିର ସମ୍ମୁଖ ବୁଲାଣିଆ ରାଜରାସ୍ତା ବର୍ଷାରେ ଧୋଇହୋଇ ଖାଲଖମା ହୋଇଯାଇଛି। ଅନ୍ୟପଟେ ଉକ୍ତ ରାସ୍ତା ପାର୍ଶ୍ୱରେ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ପାଣି ଜମି ରହୁଥିବା ଅଭିଯୋଗ ହୋଇଛି। ଗଞ୍ଜାମ-ଗଜପତିକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତା ଉପରେ ଶହଶହ ଲୋକ ନିର୍ଭର କରୁଥିବା ବେଳେ ରାସ୍ତାର ଏଭଳି ପରିସ୍ଥିତି ଅନେକ ସମୟରେ ଦୁର୍ଘଟଣାର କାରଣ ପାଲଟୁଛି। ଉକ୍ତ ରାସ୍ତା ମରାମତି ସହ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ସାଧାରଣରେ ଦାବି ହୋଇଛି।