Categories: ଜାତୀୟ

ଖାଲି ପଡ଼ିଛି ୫ ଲକ୍ଷ ୨୮ ହଜାରରୁ ଅଧିକ ପୋଲିସ ପଦବୀ: ଉତ୍ତରପ୍ରଦେଶରେ ଏକ ଲକ୍ଷ; ଓଡ଼ିଶାରେ ୧୦ ହଜାର

ନୂଆଦିଲ୍ଲୀ, ୭।୭: ଦେଶରେ ୫ ଲକ୍ଷ ୨୮ ହଜାର ୩ ଶହ ୯୬ ପୋଲିସ ପଦବୀ ଖାଲି ପଡ଼ିଛି। ସେଥି ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ଏକ ଲକ୍ଷ ୨୮ ହଜାର ୯ଶହ ୫୨ ଥିବା ବେଳେ ବିହାରରେ ୫୦ ହଜାର ୨ଶହ ୯୧ ଖାଲି ପଡ଼ିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ୧୦ ହଜାର ୩ ଶହ ୨୨ ପଦବୀ ଖାଲି ପଡ଼ିଛି। ସେହିପରି ପଶ୍ଚିମବଙ୍ଗରେ ୪୮ ହଜାର ୯ଶହ ୮୧ ପଦବୀ ଖାଲି ରହିଛି। ନାଗାଲାଣ୍ଡରେ ୯୪୧ରୁ ଅଧିକ ପଦବୀ ଖାଲି ରହିଛି। ଅପରପକ୍ଷରେ ମହାରାଷ୍ଟ୍ରରେ ୨୬, ୧୯୫ ଏବଂ ମଧ୍ୟପ୍ରଦେଶରେ ୨୨,୩୫୫ ପଦବୀ ଖାଲି ପଡ଼ିଛି। ତାମିଲନାଡୁରେ ୨୨,୪୨୦, କର୍ନାଟକରେ ୨୧,୯୪୩, ଗୁଜରାଟରେ ୨୧,୦୭୦, ଝାଡ଼ଖଣ୍ଡରେ ୧୮,୯୩୧, ରାଜସ୍ଥାନରେ ୧୮,୦୦୩, ଆନ୍ଧ୍ରପ୍ରଦେଶରେ ୧୭,୯୩୩ ପଦବୀ ଖାଲି ପଡ଼ିଛି। ସେହିପରି ହରିୟାଣାରେ ୧୬,୮୪୪, ଛତିଶଗଡ଼ରେ ୧୧,୪୫୨ ଏବଂ ଜମ୍ମୁ-କଶ୍ମୀରରେ ୧୦,୦୪୪ ପୋଲିସ ପଦବୀ ଖାଲି ପଡ଼ିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share