Categories: ଜାତୀୟ

ଖାଲି ପାଦରେ ୧୪ କିଲୋମିଟର ଚାଲିଲେ ସ୍ମୃତି

ମୁମ୍ବାଇ,୨୮।୫: ଉତ୍ତରପ୍ରଦେଶ ଅମେଠୀର ଲୋକ ସଭା ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଜିତି ସ୍ମୃତି ଇରାନୀ ବଡ଼ ରେକର୍ଡ କରିଛନ୍ତି। ଏହି ବିଜୟ ପରେ ସ୍ମୃତି ୧୪ କିଲୋମିଟର ଖାଲି ପାଦରେ ଚାଲି ସିଦ୍ଧିବିନାୟକ ମନ୍ଦିର ଦର୍ଶନ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍ମୃତିଙ୍କ ବନ୍ଧୁ ତଥା ଟେଲି ପ୍ରଯୋଜକ ଏକତା କପୁର। ଏକତା ନିଜ ଇନ୍‌ଷ୍ଟାଗ୍ରାମରେ ସ୍ମୃତିଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘୧୪ କିଲୋମିଟର ଚାଲିବା ପରେ ବି ମଳିନ ପଡ଼ିନଥିଲା ସ୍ମୃତିଙ୍କ ଚେହେରା’। ଏଥିସହ ସେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ସେ ସ୍ମୃତିଙ୍କୁ ଖାଲି ପାଦରେ ଚାଲି ଦର୍ଶନ କରିବା ଉପରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସ୍ମୃତି କହିଛନ୍ତି ଯେ, ତାଙ୍କର ମନସ୍କାମନା ପୂରଣ ହୋଇଛି।

 

Share