ମୁମ୍ବାଇ,୪।୧୨: ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଦାମୀ ଘଣ୍ଟା ଏବଂ କାରଠାରୁ ଆରମ୍ଭ କରି ତାଙ୍କ ହେୟାର ଷ୍ଟାଇଲ ଏବଂ କେଶ ରଙ୍ଗ ପର୍ଯ୍ୟନ୍ତ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ଏକ ଟାଟୁ କରିଛନ୍ତି। ସେହି ଟାଟୁରେ ଏକ ବିଶେଷ ତାରିଖ ଉଲ୍ଲେଖ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ତାଙ୍କ ପୁଅ ଅଗସ୍ତ୍ୟଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ପୁଅଙ୍କ ସହ କଥାବାର୍ତ୍ତା କରୁଥିବା ଏବଂ ପଶୁମାନଙ୍କର ଶବ୍ଦ ବିଷୟରେ ପଚାରିଥିବାର ଦେଖାଯାଇଥିଲା କିନ୍ତୁ ସମସ୍ତଙ୍କ ଦୃଷ୍ଟି ଟାଟୁ ଉପରେ ଥିଲା। ପାଣ୍ଡ୍ୟା ପୁଣି ଏକ ଫଟୋ ଶେୟାର କରିଛନ୍ତି। ଫଟୋ ତାଙ୍କ ଟାଟୁସ୍ପଷ୍ଟା ଦେଖାଯାଉଛି। ସେ ତାଙ୍କ ଡାହାଣ ହାତରେ ଏହି ଟାଟୁ ରହିଛି। ଟାଟୁରେ କେବଳ ଗୋଟିଏ ତାରିଖ ଲେଖାଯାଇଛି – ୩୦/୦୭/୨୦୨୦। ଏହି ଟାଟୁ ପଛର କାରଣ ହେଉଛି ତାଙ୍କ ପୁଅ ଅଗସ୍ତ୍ୟ ଏହି ଦିନ ଜନ୍ମ ହୋଇଥିଲେ ଏବଂ ସେ ଏହି ଟାଟୁକୁ ତାଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ ମଧ୍ୟ ହାର୍ଦ୍ଦିକଙ୍କ ଏହି ଫଟୋ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏହି କମେଣ୍ଟରେ ହୃଦୟ ଇମୋଜି ପୋଷ୍ଟ କରିଛନ୍ତି।
୨୮ ବର୍ଷୀୟ ପାଣ୍ଡ୍ୟାଙ୍କୁ ଟି -୨୦ ବିଶ୍ୱକପରେ ଦେଖିବାକୁ ମିଳିଥିଲା, ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଥିଲା।