ଖିରିସାହି ସମୁଦ୍ର କୂଳରେ ଆଣ୍ଡାମାନ ବୋଟ

କୃଷ୍ଣପ୍ରସାଦ, ୨୫।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଖିରିସାହି ସମୁଦ୍ର କୂଳରେ ଆଣ୍ଡାମାନର ଏକ ବୋଟ ଲାଗିଛି। ବୋଟରେ ଥିବା ଜଣେ କର୍ମଚାରୀଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ସେ ହେଲେ ଅମ୍ରିତ କୁଦୁରୁ। ଉଦ୍ଧାର ହେବା ପରେ ଅମ୍ରିତ ଗ୍ରାମବାସୀଙ୍କ ନିକଟରେ ନିଜ ଦୁଃଖ ଜଣାଇଛନ୍ତି। ଆଣ୍ଡାମାନ ଫେରୁଥିବା ବେଳେ ଉକ୍ତ ବୋଟଟି ଝଡ଼ତୋଫାନର ସମ୍ମୁଖୀନ ହୋଇଥିଲା। ନ ଖାଇ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଅମ୍ରିତ କହିଛନ୍ତି।