ଲକ୍ଷ୍ନୌ,୩।୭: ଘର ଟିକସ ପୈଠ କରୁ ନ ଥିବା ଖିଲାପକାରୀଙ୍କଠାରୁ ବକେୟା ଆଦାୟ ପାଇଁ ଉତ୍ତରପ୍ରଦେଶର ଲକ୍ଷ୍ନୌ ମ୍ୟୁନିସିପାଲିଟି ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ମ୍ୟୁନିସିପାଲିଟି କର୍ମଚାରୀ ସୁରକ୍ଷାକର୍ମୀଙ୍କ ସହିତ ବ୍ୟାଣ୍ଡ୍ ବାଜା ଦଳଙ୍କୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ସାମ୍ନାରେ ବାଜା ବଜାଇବା ଆରମ୍ଭ କରୁଛନ୍ତି। ଲୋକ ଲଜ୍ଜା ଭୟରେ ସମ୍ପୃକ୍ତ ବ୍ୟକ୍ତିମାନେ ଘର ଟିକସ ଦେବାକୁ ବାଧ୍ୟ ହେଉଛନ୍ତି। ଦଳରେ ଜଣେ ମ୍ୟୁନିସିପାଲିଟି କର୍ମଚାରୀ ଏସମ୍ପର୍କିତ ନୋଟିସ୍ର ବ୍ୟାନର ଧରି ଖିଲାପକାରୀଙ୍କ ଗେଟ୍ ସାମ୍ନାରେ ଛିଡ଼ା ହେଉଛନ୍ତି। ଜନୈକ ବ୍ୟବସାୟୀଙ୍କ ଦୀର୍ଘ ଦିନ ଧରି ଘର ଟିକସ ପୈଠ କରି ନ ଥିଲେ। ତାଙ୍କର ଟିକସ ପରିମାଣ ୧୯ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ତେବେ ମ୍ୟୁନିସିପାଲିଟି ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଯୋଗୁ ସେ ବକେୟା କିଛି ସମୟ ମଧ୍ୟରେ ପୈଠ କରିଥିବା କୁହାଯାଉଛି।
Posted inଜାତୀୟ