Categories: ବାଣିଜ୍ୟ

ଖିଲାପକାରୀଙ୍କ ସମ୍ପତ୍ତି ସୂଚନା ବ୍ୟାଙ୍କକୁ ଦେବ ଆୟକର ବିଭାଗ

ନୂଆଦିଲ୍ଲୀ,୨୭-୬: ଖିଲାପକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ବିଭିନ୍ନ ସ୍ଥାବର ସମ୍ପତ୍ତିର ତାଲିକା ବ୍ୟାଙ୍କ ସହ ଶେୟାର କରିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆୟକର ବିଭାଗକୁ କହିଛି। ଏହା ହେଲେ ବ୍ୟାଙ୍କଗୁଡିକ ଖିଲାପକାରୀଙ୍କ ସମ୍ପତ୍ତି ତଥା ଅନ୍ୟ ସ୍ଥାନରେ ରହିଥିବା ଅର୍ଥକୁ ଅସୁଲ କରିବାକୁ ସକ୍ଷମ ହୋଇ ପାରିବେ। ଖିଲାପକାରୀଙ୍କ ସମ୍ପର୍କରେ ଏଭଳି ସୂଚନା ଦେବାକୁ ବହୁ ପୂର୍ବରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ସିବିଡିଟିକୁ ନିବେଦନ କରି ଆସୁଥିଲେ। ପ୍ରସଙ୍ଗକୁ ତର୍ଜମା କରିବା ପରେ ଜନସ୍ବାର୍ଥକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସିବିଡିଟି ସୂଚନା ଦେଇଛି। ଏହି କ୍ରମରେ ଫିଲ୍ଡ କାର୍ଯ୍ୟାଳୟଗୁଡିକୁ ଏନେଇ ଅବଗତ କରାଇବା ଲାଗି ବିଭାଗକୁ ସିବିଡିଟି ବୁଧବାର କହିଛି।

Share