Categories: ବାଣିଜ୍ୟ

ଖିଲାପକାରୀଙ୍କ ୬୮ ହଜାର କୋଟିର ଋଣ ରାଇଟଅଫ୍‌

ନୂଆଦିଲ୍ଲୀ,୨୮।୪: ମେହୁଲ ଚୋକ୍‌ସୀଙ୍କ ସମେତ ୫୦ ପ୍ରମୁଖ ଇଚ୍ଛାକୃତ ଖଲାପକାରୀଙ୍କ ୬୮ ହଜାର କୋଟି ଟଙ୍କାର ଋଣ ରାଇଟଅଫ୍‌ କରାଯାଇଛି। ଏହି ଖଲାପକାରୀଙ୍କ ଉପରେ ରହିଥିବା ୬୮,୬୦୭ କୋଟି ଟଙ୍କା ବ୍ୟାଙ୍କଗୁଡିକ ସେମାନଙ୍କ ଋଣ ଖାତାରୁ ବହିର୍ଭୂତ କରିଥିବା ରିଜର୍ଭ ବ୍ୟାଙ୍କ ମାନିଛି। ସୂଚନା ଅଧିକାର ଆଇନରେ ମଗାଯାଇଥିବା ତଥ୍ୟରୁ ଏଭଳି ପ୍ରସଙ୍ଗ ସାମ୍ନାକୁ ଆସିଛି। ବ୍ୟାଙ୍କଗୁଡିକ ଚଳିତ ବର୍ଷ ଫେବୃୟାରୀ ସୁଦ୍ଧା ଏହି ଅର୍ଥ ରାଇଟ ଅଫ୍‌ କରିଛନ୍ତି। ବ୍ୟାଙ୍କ ପ୍ରଦାନ କରିଥିବା ଋଣ ମଧ୍ୟରୁ ଯାହାର ଫେରିବା ଆଶା କମ୍‌ ତାକୁ ସାଧାରଣତଃ ବ୍ୟାଙ୍କର ହିସାବ ଖାତାରୁ ବାଦ ଦିଆଯାଇଥାଏ। ଏହି ଋଣ ମଧ୍ୟରେ ମେହୁଲ ଚୋକ୍‌ସୀଙ୍କ ଗୀତାଞ୍ଜଳୀ ଜେମସ୍‌ ଲିମିଟେଡ ଉପରେ ୫୪୯୨ କୋଟି ଟଙ୍କାର ଋଣ ରହିଛି। ସେହିଭଳି ଗିନି ଇଣ୍ଡିଆ ଲିମିଟେଡ ଏବଂ ନକ୍ଷତ୍ର ବ୍ରାଣ୍ଡ ଯଥାକ୍ରମେ ୧୪୪୭ କୋଟି ଏବଂ ୧୧୦୯ କୋଟି ଟଙ୍କା ଖିଲାପ କରିଛନ୍ତି। ରେଇ ଆଗ୍ରୋ ଗ୍ରୁପ ଉପରେ ୪୩୧୪ କୋଟି, ଜତୀନ ମେହେଟା ୪ ହଜାର କୋଟି, ରୋଟୋମାକ ଲିମିଟେଡ ୨ ହଜାର କୋଟି, କୁଡୁସ କେମି ୨୩୨୬ କୋଟି ଖିଲାପ କରିଛି।

Share