Categories: ବାଣିଜ୍ୟ

ଖୁଚୁରା ମୁଦ୍ରାସ୍ଫୀତି ୩.୯୯%କୁ ବଢିଲା

ନୂଆଦିଲ୍ଲୀ,୧୫-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୩.୯୯%କୁ ବୃଦ୍ଧି ଘଟିଛି। ଘରୋଇ ବଜାରରେ ଖାଦ୍ୟ ସାମଗ୍ରୀ ଦରଦାମ ବଢିବାରୁ ଏଭଳି ସ୍ଥିତି ଉପୁଜିଥିବା ସରକାରଙ୍କ ଡାଟାରୁ ଜଣାପଡିଛି। ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ଅଗଷ୍ଟରେ ୩.୨୮% ରହିଥିଲା। ୨୦୧୮ ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ୩.୭୦% ଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ଖାଦ୍ୟ ସାମଗ୍ରୀ ବର୍ଗରେ ମୁଦ୍ରାସ୍ଫୀତି ୫.୧୧% ବଢିଛି। ଏହା ଅଗଷ୍ଟରେ ୨.୯୯% ରହିଥିବା ରହିଥିବା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ବିଭାଗ ପକ୍ଷରୁ ସୂଚନା ରହିଛି। ସେପ୍ଟେମ୍ବରରେ ପନିପରିବା କ୍ଷେତ୍ରରେ ମୁଦ୍ରାସ୍ଫୀତି ୧୫.୪୦% ବଢିଛି। ମୁଦ୍ରାସ୍ପୀତି ବଢିଥିଲେ ମଧ୍ୟ ସରକାରଙ୍କ ଲାଗି ଏହା ଚିନ୍ତାର କାରଣ ପାଲଟିବ ନାହିଁ। ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟଠାରୁ ଏହା ବହୁ ନିମ୍ନରେ ରହିଥିବା ଜଣାପଡିଛି।

Share