Categories: ବାଣିଜ୍ୟ

ଖୁଚୁରା ମୁଦ୍ରାସ୍ଫୀତି ୫.୯୧%

ନୂଆଦିଲ୍ଲୀ,୧୪।୪: ଚଳିତ ବର୍ଷ ମାର୍ଚ୍ଚରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫.୯୧% ହ୍ରାସ ଘଟିଛି। ଖାଦ୍ୟ ସାମଗ୍ରୀ ଦର କମିବାରୁ ଯୋଗୁ ଏଭଳି ସ୍ଥିତି ଉପୁଜିଥିବାରୁ ମୁଦ୍ରାସ୍ଫୀତି ବଢିଛି ବୋଲି ସରକାର ସୋମବାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି। ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ଭିତ୍ତିକ ଖୁଚୁରା ମୁଦ୍ରାସ୍ଫୀତି ୨୦୨୦ ଫେବୃୟାରୀରେ ୬.୫୮% ରହିଥିଲା। ମାର୍ଚ୍ଚ ୨୦୧୯ରେ ଏହା ୨.୮୬% ରହିଥିବା ଡାଟାରୁ ସାମ୍ନାକୁ ଆସିଛି। ଖାଦ୍ୟ ସାମଗ୍ରୀରେ ଚଳିତ ବର୍ଷ ମାର୍ଚ୍ଚରେ ମୁଦ୍ରାସ୍ଫୀତି ୮.୭୬% ରହିଛି। ଏହାର ପୂର୍ବ ମାସରେ ଉକ୍ତ ବର୍ଗରେ ମୁଦ୍ରାସ୍ଫୀତି ୧୦.୮୧% ରହିଥିଲା ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ସିପିଆଇ ଡାଟାରୁ ସାମ୍ନାକୁ ଆସିଛି। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା ବେଳେ ରିଜର୍ଭ ବ୍ୟାଙ୍କ ମୁଖ୍ୟତଃ ଏହି ପ୍ରସଙ୍ଗଗୁଡିକୁ ବିଚାର କରିଥାଏ। ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ରଖିବା ନେଇ ସରକାର ରିଜର୍ଭ ବ୍ୟାଙ୍କକୁ କହିଛନ୍ତି।

Share