ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଦୁର୍ଘଟଣା: ଦୁଇ କାର୍‌ ମୁହାଁମୁହିଁ, ୮ ଗୁୁରୁତର

ଖୁଣ୍ଟୁଣୀ,୧୦।୮(ଡି.ଏନ୍‌.ଏ.): ୫୫ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ୨ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଆହତମାନଙ୍କ ମଧ୍ୟରେ ଢେଙ୍କାନାଳ ଆନନ୍ଦନଗରର ଦେବଯାନୀ ମହାନ୍ତି(୫୪), ସ୍ମୃତିରଞ୍ଜନ ମହାନ୍ତି, ସୌମ୍ୟ ରଞ୍ଜନ ରାୟ ଚୌଧୁରୀ, ସୌମ୍ୟରଞ୍ଜନ ରାୟ ଚୌଧୁରୀ, କାମାକ୍ଷାନଗର ଅଞ୍ଚଳର ସଞ୍ଚିତ ପ୍ରଧାନ, ଅଶୋକ ପ୍ରଧାନ ରହିଛନ୍ତି। ସେହିଭଳି ଅନ୍ୟ ଆହତଙ୍କ ପରିଚୟ ମିଳିପାରିନାହିଁ।

ସୂଚନାନୁଯାୟୀ, ଏକ ଶୁଦ୍ଧ କ୍ରିୟାରେ ଯୋଗ ଦେବାକୁ ଢେଙ୍କାନାଳରୁ ସୌମ୍ୟରଞ୍ଜନଙ୍କ ପରିବାର ସହ କାର୍‌ ଯୋଗେ ଭୁବନେଶ୍ୱର ଯାଉଥିବା ବେଳେ କଟକ ପଟୁ ଆସୁଥିବା ଅନ୍ୟ ଏକ କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଓକିଲ ସଂଘ ନିର୍ବାଚନ: ମନୋଜ ସଭାପତି, ଭେଙ୍କଟ ସମ୍ପାଦକ

ବ୍ରହ୍ମପୁର, ୨୯।୩ : ଗଞ୍ଜାମ ଜିଲା ଓକିଲ ସଂଘର ନିର୍ବାଚନ ୨୦୨୫-୨୬ ପାଇଁ ଶନିବାର ଭୋଟ ଗ୍ରହଣ ହୋଇଛି। ସଭାପତି ଭାବେ ବରିଷ୍ଠ ଆଇନଜୀବୀ ମନୋଜ...

ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ

କୋରାପୁଟ/ସେମିଳିଗୁଡା/ସୁନାବେଡା/କୋଟପାଡ଼,୨୯ା୩(ଅମିତାଭ ବେହେରା/ ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ/କେ.ରାଜଶେଖର ରାଓ): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ କୁମାର ମହାପାତ୍ର ସଭାପତି ନିର୍ବାଚିତ...

ସରିଲା ବାର ଆସୋସିଏଶନ ନିର୍ବାଚନ: ରାୟଗଡ଼ାରେ ଦେବୀ, ବିଷମକଟକରେ ସନ୍ତୋଷ, କାଶୀପୁରରେ କହ୍ନେଇଲାଲ ସଭାପତି

ରାୟଗଡ଼ା/ବିଷମକଟକ/କାଶୀପୁର/ଟିକିରି,୨୯।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରସନ୍ନ କୁମାର ପଣ୍ଡା/ମୋହନ ନାଏକ/ପ୍ରଫୁଲ୍ଲ କୁମାର ବେହେରା): ଆସନ୍ତା ଆର୍ଥିକ ବର୍ଷ ପାଇଁ ଶନିବାର ରାଜ୍ୟର ବିଭିନ୍ନ କୋର୍ଟରେ ଆଇନଜୀବୀଙ୍କ ବାର ଆସୋସିଏଶନ...

ବରଗଡ଼ ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସଭାପତି, ଲଲାଟେନ୍ଦୁ ସମ୍ପାଦକ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ଶୁକ୍ରବାର ବରଗଡ଼ ଜିଲା ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି। ସଂଘର ସଭାପତି ଭାବେ ଭୀଷ୍ମଦେବ ସରାଫ୍‌ କ୍ରମାଗତ ତୃତୀୟଥର ପାଇଁ ନିର୍ବାଚିତ...

ରାୟଗଡ଼ା ଓକିଲ ସଂଘ ନିର୍ବାଚନ: ଦେବି ସଭାପତି, ମଙ୍ଗଳ ସମ୍ପାଦକ ଭାବେ ନିର୍ବାଚିତ

ରାୟଗଡା,୨୯।୩(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଓକିଲ ସଙ୍ଘର ନିବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିଥିଲା। ଶେଷରେ ଫଳାଫଳ ଘୋଷଣା ହୋଇ...

ତାଳଚେର ଓକିଲ ସଂଘ ନିର୍ବାଚନ: ସନ୍ତୋଷ ସଭାପତି, ମାନସ ସମ୍ପାଦକ

ତାଳଚେର,୨୯ା୩(ମନୋଜ ନନ୍ଦ)- ଅନୁଗୋଳ ଜିଲା ତାଳଚେର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସନ୍ତୋଷ ସାହୁ, ଉପସଭାପତି ଭାବେ ପ୍ରମୋଦ...

ପାଲଲହଡ଼ା ଓକିଲ ସଂଘ ନିର୍ବାଚନ: ମନୋରଞ୍ଜନ ସଭାପତି, ରଶ୍ମିରଞ୍ଜନ ସମ୍ପାଦକ

ପାଲଲହଡ଼ା,୨୯ା୩(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ଓକିଲ ସଂଘର ସାଧାରଣ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଭାବେ ମନୋରଞ୍ଜନ ପାଳ, ଉପସଭାପତି ଭାବେ...

କଂଗ୍ରେସ ଆନ୍ଦୋଳନ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣା: ଜଣେ ଗିରଫ 

ଭୁବନେଶ୍ୱର,୨୯।୩: କଂଗ୍ରେସର ‘ବିଧାନସଭା ଘେରାଓ’ କାର୍ଯ୍ୟକ୍ରମ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି।ସେ ହେଲେ ଭୁବନେଶ୍ୱର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image