Advertisement

ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଦୁର୍ଘଟଣା: ଦୁଇ କାର୍‌ ମୁହାଁମୁହିଁ, ୮ ଗୁୁରୁତର

ଖୁଣ୍ଟୁଣୀ,୧୦।୮(ଡି.ଏନ୍‌.ଏ.): ୫୫ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ୨ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଆହତମାନଙ୍କ ମଧ୍ୟରେ ଢେଙ୍କାନାଳ ଆନନ୍ଦନଗରର ଦେବଯାନୀ ମହାନ୍ତି(୫୪), ସ୍ମୃତିରଞ୍ଜନ ମହାନ୍ତି, ସୌମ୍ୟ ରଞ୍ଜନ ରାୟ ଚୌଧୁରୀ, ସୌମ୍ୟରଞ୍ଜନ ରାୟ ଚୌଧୁରୀ, କାମାକ୍ଷାନଗର ଅଞ୍ଚଳର ସଞ୍ଚିତ ପ୍ରଧାନ, ଅଶୋକ ପ୍ରଧାନ ରହିଛନ୍ତି। ସେହିଭଳି ଅନ୍ୟ ଆହତଙ୍କ ପରିଚୟ ମିଳିପାରିନାହିଁ।

ସୂଚନାନୁଯାୟୀ, ଏକ ଶୁଦ୍ଧ କ୍ରିୟାରେ ଯୋଗ ଦେବାକୁ ଢେଙ୍କାନାଳରୁ ସୌମ୍ୟରଞ୍ଜନଙ୍କ ପରିବାର ସହ କାର୍‌ ଯୋଗେ ଭୁବନେଶ୍ୱର ଯାଉଥିବା ବେଳେ କଟକ ପଟୁ ଆସୁଥିବା ଅନ୍ୟ ଏକ କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share