ଖୁଣ୍ଟୁଣୀ କଲେଜରେ ସଡ଼କ ସୁରକ୍ଷା ସପ୍ତାହ

ଖୁଣ୍ଟୁଣୀ,୧୮ା୧( ଡି.ଏନ.ଏ.): ଖୁଣ୍ଟୁଣୀ କଲେଜ ପରିସରରେ ଶୁକ୍ରବାର ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରିଥିଲେ। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଖୁଣ୍ଟୁଣୀ ଟ୍ରକ୍‌ ମାଲିକ ସଂଘ ଏବଂ ଥାନା ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହାସହ ପଥପ୍ରାନ୍ତ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା। ପରେ କଲେଜ ପରିସରରେ ଆୟୋଜିତ ସଭାରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ ରାଧାବିନୋଦ ପାଣିଗ୍ରାହୀ ମୁଖ୍ୟଅତିଥି, ମୋଟରଯାନ ନିରୀକ୍ଷଣ ଅଧିକାରୀ ରବି ନାରାୟଣ ଜେନା, ଖୁଣ୍ଟୁଣୀ ଥାନାଧିକାରୀ ସୁଚିତ୍ର ବିର୍ଯ୍ୟ ଦାସ, ସର୍ବଭାରତୀୟ ମୋଟର କଂଗ୍ରେସ କଟକର ଜିଲା ସଭାପତି ପ୍ରଶାନ୍ତ ପ୍ରଧାନ, ଇଂଲିଶ ଅଧ୍ୟାପକ ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଇତିହାସ ଅଧ୍ୟାପକ ଡ. ମନୋରଞ୍ଜନ ମହାନ୍ତି ସଚେତନତା ବାର୍ତ୍ତା ଦେଇଥିବାବେଳେ ଅଧ୍ୟାପକ ସୁରେନ୍ଦ୍ର ପେଣ୍ଠୋଇ ପରିଚାଳନା ଏବଂ ଧନ୍ୟବାଦ ଦେଇଥିଲେ। ଖୁଣ୍ଟୁଣୀ ଟ୍ରକ୍‌ ମାଲିକ ସଂଘର ସଭାପତି ମନୋଜ ମିଶ୍ର, ସମ୍ପାଦକ ଅଶୋକ ସାମନ୍ତରାୟ, କଲେଜ ପରିଚାଳନା କମିଟିର ସଭ୍ୟ ନୃସିଂହଚରଣ ସାହୁ, ଅଧ୍ୟାପକ ଅନିରୁଦ୍ଧ ପତ୍ରୀ ଉପସ୍ଥିତ ଥିଲେ।

Share