ଖୁଦଖାଇ ନାଳ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର, କାଦୁଅରେ ଫସି ମୃତ୍ୟୁ ସନ୍ଦେହ

କାମାକ୍ଷାନଗର,୨୮।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ତୁରୁସିଙ୍ଗା ଖୁଦଖାଇ ନାଳ ନିକଟରୁ ମଙ୍ଗଳବାର ଏକ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। କାଦୁଅରେ ଫସି ଯାଇ ହାତୀ ଛୁଆଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ହାତୀଟିର ବୟସ ପ୍ରାୟ ଏକ ମାସ ହେବ। ସ୍ଥାନୀୟ କିଛି ଲୋକ ସକାଳେ ଶୌଚ ପାଇଁ ଯାଇଥିବା ବେଳେ ହାତୀଛୁଆର ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ କହିଥିଲେ। ପରେ ଗ୍ରାମ ବାସୀ ବନବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ଗାତ ଖୋଳି ପୋତି ଦେଇଥିବା ସୂଚନା ମିଳିଛି।

Share