ଖୁଦପେଜ ଗାଁର ମହିଲା ସ୍ବୟଂ ସହାୟକ ଗୋଷ୍ଠୀର କରାମତି: ଧାନରେ ତିଆରୁଛନ୍‌ ସଉଖିନ କଳାକୁରତି

ନୂଆପଡା ଅଫିସ,୧୬ା୫:  ସରକାର ଗାଁରୁ ସହର ତକ୍‌ ମହିଲାମାନେ କେନ୍‌ଥେଇ ନିଜେର ଗୁଡ଼େ ନିଜେ ଠିଆ ହେଇପାରବେ, ଦୁଇପଏସା ରୁଜଗାର କରବେ ସେଥିରଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ଇ ଯୋଜନା ବିଫଲ ହେଉଥିବାର ଦେଖ୍‌ବାକେ ମିଲୁଛେ। ଅନେକ ଜାଗାରେ ଗାଁଗଁଲିର ମହିଲାକରନେ କଳା କାରିଗରୀ ଲୁକି ରହିଥିଲେ ବି ପୋରଛାହନ୍‌ ଅଭାବୁ ସେଟା ଫୁଟି ବାହାରକେ ନାଇଁ ଆସିପାରବାର। ଯେନ୍‌ଥିରଲାଗି ବନର ମଲି ବନେ ଫୁଟି ବନେ ମହଲିଲା ଲେଖେଁ ଅବସ୍‌ତା ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଖୁଦପେଜ ଗାଁରେ। ଇ ଗାଁର ମହିଲାମାନେ ଧାନରେ ଅନେକ କିସମର ସଉଖିନ ସାମାନ ତିଆର କରୁଛନ୍‌। ହେଲେ ସେ ସବୁ ବିକାଭଂଗା କରବାର ଲାଗି ବଜାର ବେବସ୍‌ତା ବଡ଼ଭାରି ଅଭାବ ରହିଛେ। ଯେନ୍‌ଥିରଲାଗି ମହିଲା କାରିଗରମାନେ ଭଲ ଦୁଇପଏସା ରୁଜଗାର କରବାରୁ ବଁଚିତ୍‌ ହେଉଛନ୍‌।

ଖଡିଆଳରୁ ବୋଡ଼େନ ରାସ୍‌ତାରେ ୭ କି.ମି. ଗଲେ ଖୁଦପେଜ ଗାଁ ରହିଛେ। ଗାଁର ଲୋକ୍‌ ସଂଖ୍ୟା ପାଖାପାଖି ୨ ହଜାର ହେଇଥିଲାବେଲେ ଅନେକ ଲୋକ୍‌ ଅଭାବ ଅନାଟନ ଭିତରେ ଚଲୁଛନ୍‌। ଗାଁରେ ଲୁକ୍‌କର ଆୟର ପଁଥା କହେଲେ ଚାଷ୍‌ବାସ। ଇଥ୍‌ରେ ବଛରକ ୪ମାସ କାମବୁତା କରୁଥିଲାବେଲେ ବାକି ୮ମାସ ବସି ରହୁଛନ୍‌। ଲୋକ୍‌ ଏନ୍‌ତାଥି ବାହାର ରାଏଜ୍‌କେ ଦାଦନ ଖଟିଯାଉଛନ୍‌। ହେଲେ ଇ ଗାଁର କେତେ ସ୍ବୟଂ ସହାୟକ ଗୋଷ୍ଠୀର ମହିଲାମାନେ ନିଜେ ନିଜର ଆୟର ପଁଥା ଖୁଜିଛନ୍‌। ଚାଷ୍‌ବାସରୁ ଅମଲ ହେଉଥିବାର ଧାନକେ କେତେ ବିହନ, କେତେ ଖାଏବାର ଲାଗି ରଖୁଥିଲାବେଲେ ଆରକେତେ ଧାନକେ ମହିଲାମାନେ ବେଭାର କରି ସୁଁଦର ସୁଁଦର ମୂର୍ତ୍ତି ତିଆର କରୁଛନ୍‌। ସେମାନେ ଧନଲକ୍ଷ୍ମୀ ମୂର୍ତ୍ତି, ଟୁପଲି, ଭିନେ ଭିନେ ପରକାର ଫୁଲ ଆର ପୂଜା ସାମାନ ତିଆର କରୁଛନ୍‌। ହେଲେ ଇ କଳାକୁରତିର ବିକ୍‌ରିବଟା ଲାଗି ସରକାରୀ ବଜାର ବେବସ୍‌ତା ନଁାଇଁନ। ଯେନ୍‌ଥିରଲାଗି ମହିଳାମାନେ ଇ କଳାକୁରତିକେ ଆସରପାସର ହାଟ ବଜାରରେ ଅତି କମ୍‌ ଦରରେ ବିକ୍‌ରି କରୁଛନ୍‌। ମହିଲା କାରିଗରମାନକର କହେବାର ହିସାବେ ଗଲା ଦିନ୍‌ମାନକେ ନୂଆପଡ଼ା ଜିଲାର ମାରାଗୁଡ଼ା ଉଛବ୍‌ରେ ଇ କଳାକୁରତି ବିକି ହଜାର ହଜାର ଟଁକା କମେଇଥିଲୁଁ। ହେଲେ ସେଟା ବି ବଁଦ୍‌ ହେଇଗଲା, ଆମକୁ ଆର ବଜାର ସୁବିଧା ନାଇଁମିଲବାର ବଲି ସେମାନେ କହିଛନ୍‌। ଇଆଡ଼େ ଜିଲା ପରଶାସନ ତରଫୁ ତାଲିମ କି ପୋରଛାହନ୍‌ ନାଇଁ ମିଲବାର। ଯେନ୍‌ଥିରଲାଗି ଇ କଳା କାରିଗରୀ ଆଗ୍‌କେ ଆସି ନାଇଁପାରବାର ବଲି ସେମାନେ ଅଭିଯୋଗ କରିଛନ୍‌। ଇ କଳାକୁରତିର ପରଚାର ପରସାର, ବିକ୍‌ରିବଟା ଲାଗି ପରଶାସନ ଧିଆନଦେଲେ ଗଁାର ୫୦ରୁ ଅଧ୍‌କା ପରିବାର ରୁଜଗାର ପାଏତେ ଆର ଜିଲାର ନଁା ବି ସବୁଆଡ଼େ ପଡ଼ତା ବଲି ସେମାନେ କହିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ଇ କଳା କାରିଗରୀର ବଢ଼ତିର ଲାଗି ପୋରଛାହନ୍‌, ତାଲିମ, ବଜାର ବେବସ୍‌ତା କରବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ରହିଗଲା ସମଲେଶ୍ୱରୀ ଦର୍ଶନ, ଟୁରିଷ୍ଟ ବସ ଓଲଟି ୧୫ ଆହତ

ସମ୍ବଲପୁର, ୨୭।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଜାତୀୟ ରାଜପଥ(୫୫) ଉପରେ ଗୁରୁବାର ଭୋରରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାର...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri