ଖୁଦୁରୁକୁଣୀ ଓଷା ହେଲା କାଳ: ନଦୀରେ ବୁଡ଼ି ୨ ଭଉଣୀଙ୍କ ଜୀବନଗଲା

କଟକ ସଦର,୧୮।୮: କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗ୍ରାମର ୨ ଭଉଣୀଙ୍କ ରବିବାର ଶୁକପାଇକା ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ହେଲେ ସୁଜାତା ଦାସ (୧୭), ଓ ସୁମନ ଦାସ (୧୬)।
ସୂଚନାଯୋଗ୍ୟ, ଖୁଦୁରୁକୁଣୀ ଓଷା ପାଇଁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।