ଖୁଦୁରୁକୁଣୀ ପୂଜାରେ ଅଘଟଣ: ଋଷିକୂଲ୍ୟାକୁ ପାଣି ଆଣିବାକୁ ଯାଇ ଭାସିଗଲେ ୫ ବାଳିକା; ୪ ଉଦ୍ଧାର, ଜଣେ ନିଖୋଜ

ଶେରଗଡ଼,୨୫।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କାଞ୍ଜିଆମା ଗ୍ରାମ ଦେଇ ବହିଯାଇଥିବା ଋଷିକୂଲ୍ୟା ନଦୀରେ ରବିବାର ସକାଳେ ୫ ବାଳିକା ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ସେ ହେଲେ ସିଲି ବେହେରା(୧୩)।
ସୂଚନାନୁଯାୟୀ, ସିଲି ଅନ୍ୟ ୪ ସାଙ୍ଗଙ୍କ ସହ ମିଶି ଖୁଦୁରୁକୁଣୀ ଓଷା ପାଇଁ ପାଣି ଆଣିବାକୁ ଯାଇ ନଦୀରେ ଭାସି ଯାଇଥିଲେ। ପରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ୪ ଜଣଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ତେବେ ଦୀର୍ଘ ଘଣ୍ଟା ପ୍ରଚେଷ୍ଟା ସତ୍ତ୍ୱେ ଏଯାବତ୍‌ ସିଲିଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ଉଦ୍ଧାର ୪ ବାଳିକାଙ୍କୁ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Share