ଜଗତ୍ସିଂହପୁର ଅଫିସ,୮।୯: ଜଗତ୍ସିଂହପୁର ଜିଲା ସ୍ଥାନୀୟ ପାଟେଣୀ ଗାଁ ପୋଖରୀରେ ବୁଡି ରବିବାର ୬ ଯୁବତୀ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ଶୁଭସ୍ମିତା ସାହୁ(୧୭), ବିଦୁସ୍ମିତା ସାହୁ(୧୨), ଲିପ୍ସାରାଣୀ ସାହୁ(୧୭), ଲକ୍ଷ୍ମୀପ୍ରିୟା ସାହୁ(୧୭), ମଧୁସ୍ମିତା ସାହୁ(୧୭) ଓ ଶୁଭସ୍ମିତା ରାଉତ(୨୩) ।
ସୂଚନାଅନୁଯାୟୀ, ଖୁଦୁରୁକୁଣୀ ଶେଷ ପାଳିରେ ସମସ୍ତେ ପୋଖରୀକୁ ବାଲୁକା କରିବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା ଯୋଗୁ ବିଦୁସ୍ମିତା ପ୍ରଥମେ ବୁଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣକ ପରେ ଜଣେ ବୁଡିଯାଇଥିଲେ। ପରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେମାନେ ବର୍ତ୍ତମାନ ସୁସ୍ଥଥିବା ଜଣାପଡ଼ିଛି।