Categories: ଖେଳ

‘ଖୁବ୍‌ଶିଘ୍ର କ୍ରିକେଟରଙ୍କ ସ୍ତ୍ରୀ ବ୍ୟାଟିଂ, ବୋଲିଂ କରିବେ’

ମୁମ୍ବାଇ, ୩୦।୭: ଭାରତୀୟ କ୍ରିକେଟ ଦଳ ଏକ ସମ୍ପୂର୍ଣ୍ଣ ସିରିଜ୍‌ ଖେଳିବା ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ କରିଛି। ଏହାପୂର୍ବରୁ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅଧିନାୟକ ବିରାଟ କୋହଲିଙ୍କୁ ବିଭିନ୍ନ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା। ଏବେ ଭାରତୀୟ କ୍ରିକେଟର୍ସ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଛି ବୋଲି ଜଣେ ଖବରଦାତା ବିରାଟଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ଏହାର ଉତ୍ତର କୋଚ ରବି ଶାସ୍ତ୍ରୀ ଦେଇଥିଲେ। ଖୁବଶିଘ୍ର କ୍ରିକେଟରଙ୍କ ସ୍ତ୍ରୀ ବ୍ୟାଟିଂ ଏବଂ ବୋଲିଂ କରିବେ ବୋଲି ସେ ଉପହାସ ଛଳରେ କହିଥିଲେ। ଶାସ୍ତ୍ରୀଙ୍କ ମୁହଁରୁ ଏଭଳି କଥା ଶୁଣି ସେଠାରେ ଏକ ହାସ୍ୟରୋଳ ପରିବେଶ ସୃଷ୍ଟି ହୋଇଥିଲା। ବିରାଟ କହିଥିଲେ, ଏସବୁ ମନଗଢା କାହାଣୀ। ଦଳ ଭିତରେ ଏକତା ଥିବାରୁ ଦଳ ଭଲ ପ୍ରଦର୍ଶନ କରିପାରୁଛି ବୋଲି ସେ କହିଛନ୍ତି।

Share